ଦେଶରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା, ସୁରତରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଦେଶରେ ଏବେ ଘାରିଛି ଓମିକ୍ରନ ଚିନ୍ତା | ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ, ସୁରତରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ କିଛିଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ୪୨ବର୍ଷର ବ୍ୟକ୍ତି ଓମିକ୍ରନ ସଂକ୍ରମିତ ଥିବା ଜଣାପଡ଼ିଛି । ଦେଶରେ ମୋଟ୍ ଓମିକ୍ରନ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଜିନୋମ ସିକ୍ୱେନ୍ସିଂ ପରେ ଏହା ସ୍ପଷ୍ଟ ହୋଇଥିଲା ।
ବ୍ୟକ୍ତି ଜଣକ ନିଜ ବ୍ୟବସାୟ ପାଇଁ ଦକ୍ଷିଣ ଆଫ୍ରିକାରେ ବହୁଦିନ ରହିଥିଲେ । ଦକ୍ଷିଣ ଆଫ୍ରିକାରୁ ଭାୟା କେନିଆ ଓ ଆବୁ ଧାବି ହୋଇ ଦିଲ୍ଲୀରେ ପହଞ୍ଚିଥିଲେ । ଡ଼ିସେମ୍ବର ତିନି ତାରିଖରେ ପହଞ୍ଚିବା ପରେ ସେ ଟେଷ୍ଟ କରିଥିଲେ । ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଡ଼ିସେମ୍ବର ୪ତାରିଖରେ ପୁଣି ଟେଷ୍ଟ କରିବାରୁ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ୮ତାରିଖରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ନମୂନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ତେବେ ଏହାକୁ ମିଶାଇ ଗୁଜୁରାଟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

Related Posts