ନକଲି କାରବାରର ପେଣ୍ଠସ୍ଥଳୀ ପାଲଟିଛି କଟକ ସହର: ନକଲି ମସଲା ତିଆରି କାରଖାନା ଠାବ

ରାଜ୍ୟରେ ନକଲି ସାମଗ୍ରୀ ବୃଦ୍ଧି ପାଉଥିବା ବେଳେ, କଟକ ସହର ନକଲି କାରବାରର ପେଣ୍ଠସ୍ଥଳୀ ପାଲଟିଛି ।

କିଛି ମାସ ତଳୁ କ୍ରମାଗତ ଭାବରେ କଟକର ବିଭିନ୍ନ ଗଳି କନ୍ଦିରୁ ନକଲି ଜିନିଷ ତିଆରି କାରଖାନା ମାନ ଠାବ କରାଯାଉଛି ଆଜି ମଧ୍ୟ ସମାନ ଭାବରେ ଏକ ନକଲି ମସଲା ତିଆରି କାରଖାନା ଠାବ କରାଯାଇଛି ।

ବୟାଳିଶି ମୌଜାରେ ଏହି ନକଲି ମସଲା ଫ୍ୟାକ୍ଟ୍ରି ଚାଲିଥିବା ବେଳେ କମିଶନରେଟ୍ ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ନକଲି ମସଲା ଓ ମସଲା ତିଆରି ଦ୍ରବ୍ୟ ଠାବ କରାଯାଇଛି ।

ଦୀର୍ଘ ଦିନରୁ ଏହି ନକଲି ମସଲା କାରଖାନା ଏଠାରେ ଚାଲିଆସୁଥିବା ବେଳେ ଆଜି ଖବର ପାଇ ପୋଲିସ୍ ଚଢାଉ କରି ଥିଲା । ଏହି ମାମଲାରେ ପୋଲିସ୍ ଜଣଙ୍କୁ ଅଟକ ରଖି, କାରଖାନା କୁ ବନ୍ଦ ରଖିଛି ।

Related Posts