ଆସନ୍ତା କାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା କାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ବ୍ୟାପକ ହିଂସା ଓ ଗଣ୍ଡଗୋଳ ମଧ୍ୟରେ ୨ଟି ପର୍ୟ୍ୟାୟ ପଂଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଆସନ୍ତାକାଲି ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ହେବ । ୧୭୧ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଂଚାୟତରେ ଉଭୟ ସରପଂଚ ଓ ସମିତି ସଭ୍ୟ ପଦବୀ ନିମନ୍ତେ ରାଜ୍ୟର ୫୬.୫୩ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୮୪୯୫ଟି ବୁଥ୍ ଚୂଡ଼ାନ୍ତ ହୋଇଥିବାବେଳେ ସେଥିରୁ ୨୭୭୩ଟି ଉତ୍ତେଜନାପ୍ରବଣ ବୋଲି ଚିହ୍ନଟ ହୋଇଛି ।

ରାଜ୍ୟ ନିର୍ବାଚନ କମିଶନର ସଚିବ ରବୀନ୍ଦ୍ରନାଥ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତୃତୀୟ ପର୍ୟ୍ୟାୟ ପଂଚାୟତ ନିର୍ବାଚନ କେବଳ ଝାରସୁଗୁଡ଼ା ଜିଲ୍ଲାକୁ ଛାଡ଼ି ଅନ୍ୟ ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ଅନୁଷ୍ଠିତ ହେବ । ଏହି ବ୍ଲକଗୁଡ଼ିକରେ ୧୭୧ଟି ଜିଲ୍ଲା ପରିଷଦ ଜୋନରେ ମୋଟ ୬୭୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ମୋଟ ୫୬.୫୪ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।

Related Posts