ନିର୍ବାଚନ ଆୟୋଗ ପକ୍ଷରୁ ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ନୂଆ କଟକଣା ଜାରି

ଆଗକୁ ଅନୁଷ୍ଠିତ ହେବ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ | ଏନେଇ ଦଳ ପକ୍ଷରୁ ପ୍ରଚାର ପ୍ରସାର
ଆରମ୍ଭ ହୋଇଯାଇଥିବା ବେଳେ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପୂର୍ବରୁ ରୋଡ ଶୋ, ପଦଯାତ୍ରା, ରାଲି ଉପରେ ଲଗାଇଥିବା କଟକଣା ଅବଧିକୁ ବୃଦ୍ଧି କରିଛନ୍ତି । ଅନ୍ୟପଟେ ରାଜନୈତିକ ସଭା ଉପରେ ପୂର୍ବରୁ ଲାଗିଥିବା କଟକଣା କୋହଳ କରିଛନ୍ତି ନିର୍ବାଚନ ଆୟୋଗ । ବନ୍ଦ ସଭା କକ୍ଷରେ ହେଉଥିବା ସଭାରେ କକ୍ଷର କ୍ଷମତା ତୁଳନାରେ ୫୦ ପ୍ରତିଶତ ଲୋକ ଯୋଗ ଦେଇପାରିବେ ଓ ଖୋଲା ପଡିଆରେ କ୍ଷମତା ତୁଳନାରେ ୩୦ ପ୍ରତିଶତ ଲୋକ ଉପସ୍ଥିତ ରହିପାରିବେ ।

ଅନ୍ୟପଟେ ଘରକୁ ଘର ଯାଇ ନିର୍ବାଚନ ପ୍ରଚାର କରିବା ବେଳେ ପ୍ରାର୍ଥୀ ନିଜ ସହିତ ସର୍ବାଧିକ ୨୦ ଜଣ ଲୋକଙ୍କୁ ସାଥିରେ ନେଇପାରିବେ । ସେହିପରି ସକାଳ ୮ ଟାରୁ ରାତି ୮ ଟା ମଧ୍ୟରେ ପ୍ରଚାର ସାରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁ କି ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର, ଉତ୍ତରଖଣ୍ଡରେ ଚଳିତ ମାସ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ ଓ ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ହେବ । ହେଲେ ଦେଶରେ କରୋନା ମହାମାରୀ ବ୍ୟାପିଥିବାରୁ ନିର୍ବାଚନ ଆୟୋଗ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇଛନ୍ତି |

Related Posts