ଗଲୱାନ ସହିଦ ନାଏକ ଦୀପକ ସିଂହଙ୍କ ପତ୍ନୀ ରେଖା ଦେବୀ ପାସ୍ କଲେ ସେନା ପରୀକ୍ଷା

ସେନାରେ ନିୟୋଜିତ ହେବେ ସହିଦ ଙ୍କ ପତ୍ନୀ | ଗଲୱାନ ସହିଦ ନାଏକ ଦୀପକ ସିଂହଙ୍କ ପତ୍ନୀ ରେଖା ଦେବୀ ସେନାରେ ନିୟୋଜିତ ହେବେ | ଆର୍ମି ଟେଷ୍ଟରେ ତାଙ୍କୁ କୃତିତ୍ୱ ମିଳିଛି | ଆହ୍ଲାବାଦରେ ଚାଲିଥିବା ୫ ଦିନିଆ ଏସ୍‌ଏସ୍‌ବି (ସର୍ଭିସ ସିଲେକ୍ସନ ବୋର୍ଡ)ର ପର୍ସନାଲିଟି ଓ ଇଣ୍ଟେଲିଜେନ୍ସ ଟେଷ୍ଟରେ ସେ ପାସ୍‌ କରିଛନ୍ତି ।

ବର୍ତ୍ତମାନ ସେ ଚେନ୍ନାଇସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀ (ଓଟିଏ)ରେ ତାଲିମ୍‌ ନେବେ । ସେଠାରେ ୯ମାସ ଟ୍ରେନିଂ ନେବା ପରେ ସେ ଆର୍ମିରେ ଲେପ୍ଟନାଣ୍ଟ ଭାବେ କାର୍ଯ୍ୟ କରିବେ । ମଧ୍ୟପ୍ରଦେଶର ରେୱା ଜିଲ୍ଲାର ବାସିନ୍ଦା ହେଉଛନ୍ତି ରେଖା ଦେବୀ । ଗତବର୍ଷ ନଭେମ୍ବରରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସ୍ୱାମୀଙ୍କୁ ମରଣୋତ୍ତର ଭାବେ ମିଳିଥିବା ବୀରଚକ୍ର ସମ୍ମାନ ଗ୍ରହଣ କରିଥିଲେ ।

ଦୀପକ ସିଂହ ବିହାର ରେଜିମେଣ୍ଟର ୧୬ଶ ବାଟାଲିୟନରେ କାର୍ଯ୍ୟରତ ଥିଲେ । ୨୦୨୦ ଜୁନ ୧୫ ତାରିଖ ରାତିରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ୍‌ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ ଭାରତର ଯେଉଁ ୨୦ ଜଣ ଯବାନ ସହିଦ ହୋଇଥିଲେ ସେମାନଙ୍କ ମଧ୍ୟରେ ଦୀପକ ଥିଲେ ଅନ୍ୟତମ ।

Related Posts