ନୀତି ଆୟୋଗ ପକ୍ଷରୁ ହେଲଥ ଇନଡେକ୍ସ ଜାରୀ; ପ୍ରଥମ ସ୍ଥାନରେ କେରଳ, ଜାଣନ୍ତୁ ଓଡିଶା କେତେ ନମ୍ବରରେ?

ନୀତି ଆୟୋଗ ପକ୍ଷରୁ ଜାରି ହୋଇଛି ହେଲଥ ଇନଡେକ୍ସ । ହେଲଥ ଇନଡେକ୍ସ ମୁତାବକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପରେ କେରଳ ଦେଶରେ ପ୍ରଥମ ସ୍ଥାନରେ ରହିଥିବା ବେଳେ, ଦ୍ୱିତୀୟ ସ୍ଥାନରେ ତାମିଲନାଡୁ ରହିଛି । ତେବେ ଓଡିଶା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ୧୪ତମ ସ୍ଥାନରେ ରହିଛି ।

ତେବେ ଆସନ୍ତୁ ଜାଣିବା ଅନ୍ୟ କେଉଁ ରାଜ୍ୟ କେଉଁ ସ୍ଥାନରେ ଅଛନ୍ତି ?

କେରଳ
ତାମିଲନାଡୁ
ତେଲେଙ୍ଗାନା
ଆନ୍ଧ୍ରପ୍ରଦେଶ
ମହାରାଷ୍ଟ୍ର
ଗୁଜୁରାଟ
ହିମାଚଳ ପ୍ରଦେଶ
ପଞ୍ଜାବ କର୍ଣ୍ଣାଟକ
ଛତିଶଗଡ
ହରିୟାଣା
ଆସାମ
ଝାରଖଣ୍ଡ
ଓଡିଶା
ଉତ୍ତରାଖଣ୍ଡ
ରାଜସ୍ଥାନ
ମଧ୍ୟପ୍ରଦେଶ
ବିହାର
ଉତ୍ତର ପ୍ରଦେଶ

ନୀତି ଆୟୋଗ ଅନୁସାରେ ହେଲଥ ଇନଡେକ୍ସ ପାଇଂ ୪ ରାଉଣ୍ଡର ସର୍ଭେ କରାଯାଇଥିଲା । ଯାହାକୁ ନେଇ ସ୍କୋର ଦିଆଯାଇଥିଲା । ୪ଟି ଯାକ ରାଉଣ୍ଡରେ ଟପରେ ରହିଥିଲା କେରଳ । କେରଳର ମୋଟ ସ୍କୋର ୮୨.୨୦ ରହିଛି । ସେହିପରି ଦ୍ୱିତୀୟରେ ଥିବା ତାମିଲନାଡୁର ୭୨.୪୨ ସ୍କୋର ରହିଛି । ଓଡିଶାର ସ୍କୋର ୪୪.୩୧ ରହିଛି ।

Related Posts