2021 କୁ ବିଦାୟ ଦେଇ ନୂଆବର୍ଷ ୨୦୨୨ର ଆଗମନକୁ ନେଇ ଚାରିଆଡ଼େ ଉଲ୍ଲାସ ର ମାହୋଲ। ଗାଁ ଠୁ ପୁର ପଲ୍ଲୀ ସବୁଠି ଖୁସିର ମାହୋଲ । କିନ୍ତୁ ମହାମାରୀ କୋରୋନା ପାଇଁ ଦିଲ୍ଲୀରୁ ଆରମ୍ଭ କରି ବାଂଗାଲୋର, କୋଲକାତାରୁ ଛତିଶଗଡ ଯାଏଁ ଦେଖିବାକୁ ମିଳିଛି କଟକଣା । ହେଲେ କଟକଣା ଯୋଗୁଁ ଏଥର ଜିରୋ ନାଇଟ୍ ସେଲିବ୍ରେସନ ପାଳି ନାହାଁନ୍ତି ଲୋକେ ।
ହୋଟେଲ, କ୍ଲବରେ ଜିରୋ ନାଇଟ ସେଲିବ୍ରେସନ ଉପରେ ଆଗୁଆ କଟକଣା ଲାଗୁ କରିଥିଲେ ସରକାର । ଏହି କାରଣରୁ ଏକପ୍ରକାର ଫିକା ପଡିଛି ନୂଆ ବର୍ଷ ଉତ୍ସବ । କିଛି ସ୍ଥାନରେ ସମସ୍ତ କଟକଣା ମଧ୍ୟରେ ଏକାଠି ହୋଇ ନୂଆବର୍ଷର ଖୁସି ମନେଇଛନ୍ତି ଅନେକ । ମହାମାରୀ କରୋନା ସଂକ୍ରମଣ ହାର କମ ହୋଇଥିଲେ ମଧ୍ୟ ଓମିକ୍ରନ କବାଟ ଦେଇ ଏତେ ଆତଙ୍କ ଖେଳାଉଥିବାରୁ , ସବୁଠାରେ ନୂଆବର୍ଷ ଖୁସି ମଧ୍ୟରେ, ଏହି ମାରାତ୍ମକ ଭାରିଆଂଟର ଭୟ ସ୍ପଷ୍ଟ ବାରି ହୋଇଯାଇଛି ।
ଓଡିଶାରେ ଜିରୋ ନାଇଟ୍ ସେଲିବ୍ରେସନ ଉପର ସରକାର କଟକଣା ଲାଗୁ କରିଥିବାରୁ ସାରା ରାତି କମିଶନରେଟ ପୁଲିସ କସରତ କରିଥିଲା । ରାତି ୯ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଥିଲା । ଏହି ପରିପ୍ରେକ୍ଷୀରେ କମିଶନରେଟ ପୁଲିସ ସହରର ୪୪ଟି ସ୍ଥାନରେ ନାକାବନ୍ଦୀ କରିଥିଲା । ଏହି ସବୁ ସ୍ଥାନରେ ଗାଡିଗୁଡିକର ଯାଂଚ କଡାକଡି କରାଯାଇଥିଲା । ଜରୁରୀ ସେବାରେ ନଥିବା ଗାଡି ଗୁଡିକୁ ଯାଂଚ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୁଲିସ । ନୂଆବର୍ଷ ପାଇଁ ପାର୍କ ଗୁଡିକରେ ଭିଡ ହେବା ଆଶଙ୍କା କରି କମିଶନରେଟ୍ ପୁଲିସ ପକ୍ଷରୁ ନିୟନ୍ତ୍ରଣ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
