ପୂର୍ବତନ ଡିଜିପି ଅଭୟ: ନୂଆ ବର୍ଷ ରୁ ନୂଆ ଦାୟିତ୍ୱ

ନୂଆ ବର୍ଷରେ ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଛି ନୂଆ ଦାୟିତ୍ୱ । ନାର୍କୋଟିକ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ହେଲେ ଅଭୟ । ମୁଖ୍ୟ ଶାସନ ସଚିବ ପାହ୍ୟାରେ ରହିବେ ଅଭୟ । ଏନେଇ ଅଭୟଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋସଲ ବ୍ୟୁରୋ ଅଧ୍ୟକ୍ଷ ମଧ୍ୟ ଥିଲେ ଅଭୟ ।

ଆଜି ଓଡିଶା ଡିଜିପି ଭାବେ ଅଭୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ତାଙ୍କ ଜାଗାରେ ସୁନୀଲ ବଂଶଲ ରାଜ୍ୟର ନୂଆ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ ଡିଜିପି ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂର୍ବତନ ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ସୂନୀଲ ବଂଶଲ ।

Related Posts