ନୋଏଡାର ଏକ ସ୍ପା ସେଣ୍ଟରରେ ଅଗ୍ନିକାଣ୍ଡ: ଜଣେ ମହିଳା କର୍ମଚାରୀଙ୍କ ସମେତ ଅନ୍ୟ ଜଣଙ୍କର ମୃତ୍ୟୁ

ଉତ୍ତର ପ୍ରଦେଶର ନୋଏଡାରେ ଏକ ସ୍ପା ସେଣ୍ଟରରେ ଘଟିଛି ଅଘଟଣ। ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନୋଏଡା ସେକ୍ଟର-୨୪ ଥାନା ସ୍ଥିତ ଏକ ସ୍ପା ସେଣ୍ଟରରେ ଏହି ଅଗ୍ନିକାଣ୍ଡ ଘଟିଛି । ଫଳରେ ଏହି ଅଗ୍ନିକାଣ୍ଡରେ ଜଣେ ମହିଳା କର୍ମଚାରୀଙ୍କ ସମେତ ମୋଟ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଅଙ୍କୁଶ ଆନନ୍ଦ (୩୫) ଓ ରାଧା ଚୌହାନ (୨୬) । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଭୟ ସଂଚାର ହୋଇଛି ।

ଘଟଣା ସପଂର୍କରେ ସୂଚନା ମିଳିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିପାରିଛି । କୁହାଯାଉଛି ଯେ, ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗିଝୋଡ ଗାଁର ଆଶୀର୍ବାଦ ପରିସରେ ଥିବା ସ୍ପା ସେଣ୍ଟରରେ ଗୁରୁବାର ସନ୍ଧ୍ୟାରେ ନିଆଁ ଲାଗିଥିଲା । ସେହି ସମୟରେ ପ୍ରାୟ ୧୨ରୁ ଅଧିକ ଯୁବକ-ଯୁବତୀ ଉପସ୍ଥିତ ଥିଲେ । ସ୍ପାରେ ଅଚାନକ ଅଗ୍ନିକାଣ୍ଡ ହୋଇଥିଲା । ଅନ୍ୟମାନେ ବାହାରକୁ ଆସିବାକୁ ସକ୍ଷମ ହୋଇଥିବା ବେଳେ କିନ୍ତୁ ଏହି ଅଘଟଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

Related Posts