ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ପତ୍ନୀ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ପତ୍ନୀ ଦିପ୍ତିମୟୀ ଚୌଧୁରୀ ଆଗୁଆ ଜାମିନ ଆବେଦନ କରିଛନ୍ତି । ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତ୍ରିନାଥ ମିଶ୍ରଙ୍କ ପତ୍ନୀ ଦିପ୍ତିମୟୀ ଚୌଧୁରୀ । ତାଙ୍କ ନାମରେ କଟକ ଭିଜିଲାନ୍ସ ଥାନାରେ ରୁଜୁ ହୋଇଥିବା ମାମଲା। ତେବେ ମାମଲା ରୁଜୁ ହେବା ପରେ ଏବେ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି । ତାଙ୍କ ନାମରେ ଥିବା ଅଭିଯୋଗ ଭିତ୍ତିହୀନ ଓ ଅମୂଳକ ବୋଲି ଦର୍ଶାଇ ଦିପ୍ତିମୟୀ ଏହି ଆଗୁଆ ଜାମିନ ଆବେଦନ କରିଛନ୍ତି । ତାଙ୍କ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମକଦ୍ଦମା ପରିଚାଳନା କରୁଛନ୍ତି ।

ସୂଚନାଯୋଗ୍ୟ, ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍, ସ୍କାନରରେ ନବରଙ୍ଗପୁର-ଯାଜପୁର ଘରଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ପୋଲିସ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ର । ଏହି ମାମଲାରେ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ । ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ହାଇକୋର୍ଟରେ ହାଜର ହେବା ପରେ ଏବେ ବିଭାଗୀୟ ହାଜତରେ ରହିଛନ୍ତି । ସେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଆସନ୍ତା ୨୧ ତାରିଖ ଦିନ ଏହି ଜାମିନ ଆବେଦନର ଶୁଣାଣି କରିବେ କୋର୍ଟ ।

ପ୍ରକାଶଥାଉ କି, ଗତ ମଙ୍ଗଳବାର ଦିନ ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା । ରେଡ୍‌ ସମୟରେ ତ୍ରିନାଥଙ୍କ ଅମାପ ସମ୍ପତ୍ତି ଠାବ ହୋଇଥିଲା । ପ୍ରାୟ ୨ କୋଟିରୁ ଅଧିକ ସମ୍ପତ୍ତି ଭିଜିଲାନ୍ସର ହାତରେ ଲାଗିଥିବା କୁହାଯାଇଛି ।

Related Posts