ପଞ୍ଚାୟତ ନିର୍ବାଚନ: ଓବିସି ସଂରକ୍ଷଣ ହଟିବା ନେଇ ବିଜେପି-ବିଜେଡି ମୁହାଁମୁହିଁ

ଓଲଟ ପାଲଟ ହୋଇଗଲା ପଞ୍ଚାୟତ ନିର୍ବାଚନ ର ଆସନ ଗଣନ୍ତି । ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି ନେଇ ହାଇକୋର୍ଟଙ୍କ ରାୟ ପରେ ଆରମ୍ଭ ହୋଇଯାଇଛି ରାଜନୀତି । ବିଜେଡି କହିଛି, କୋଟା ନଥିଲେ ବି ତାଙ୍କ ଦଳ ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବ । କିନ୍ତୁ ବିଜେଡିର ଏହି ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସ ବିରୋଧ କରିଛନ୍ତି । ପାଲଟା ଅଭିଯୋଗ ଆଣି କହିଛନ୍ତି ବିଜେଡି, ଓବିସିଙ୍କୁ ଧୋକା ଦେଇଛି ।

ରାଜ୍ୟରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ ଭିତରୁ ୧୦୪ଟି ଜିଲ୍ଲାପରିଷଦ ଜୋନ ଓବିସିଙ୍କ ପାଇଁ ସଂରକ୍ଷିତ ଥିଲା । ଯାହା ବର୍ତମାନ ଅଣସଂରକ୍ଷିତ ଆସନ ହୋଇଯିବ । ସେହିପରି ଯେଉଁସବୁ ଜିଲ୍ଲାର ଜିଲ୍ଳାପରିଷଦ ଅଧ୍ୟକ୍ଷ ପଦ ଓବିସି ବର୍ଗ ପାଇଁ ସଂରକ୍ଷିତ ଥିଲା, ସେହି ଆସନ ମଧ୍ୟ ଅଣସଂରକ୍ଷିତ ହୋଇଯିବ ।

୮ ତାରିଖରେ ପଂଚାୟତରାଜ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ତାଲିକା ଦିଆଯିବ

Related Posts