କେନ୍ଦ୍ରାପଡ଼ା, ୨୩/୧୨: ଖରସ୍ରୋତା ନଦୀରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି- ବାସୁଦେବପୁର ବ୍ଲକ ପାଇଁ ନିର୍ମାଣକରାଯାଉଥିବା ମେଗା ପାଇପ୍ପା ପାନୀୟଜଳ ପ୍ରକଳ୍ପ ର ଗୋଟିଏ ପରେ ଗୋଟିଏ ଅନିୟମିତତା ଓ ଘୋଟାଲା ସାମ୍ନାକୁ ଆସୁଛି। ପ୍ରଥମେ ପରିବେଶ ପ୍ରଭାବ ଆକଳନ (ଇ ଆଇ ଏ) ରିପୋର୍ଟ ରେ ଜlଳିଆତି, ଆଇ ଆଇ ଟି ହାଇଦ୍ରାବାଦ ର ନାଆଁ ନେଇ ଗୋଟିଏ ଫେକ ବା ନକଲି ରିପୋର୍ଟ ଦେଇଦେଲେ। ପରେ ଜଣା ପଡିଲା କି IIT ରିପୋର୍ଟ କରିନାହିଁ କି ତାଙ୍କୁ ରାଜ୍ୟ ସରକାରଂକ ପକ୍ଷରୁ ରିପୋର୍ଟ ଟେ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଟେ ମଧ୍ୟ ଦିଆଯାଇନାହିଁ। ତା ପରେ ଜଣାପଡ଼ିଲା କି ଯେଉଁ ବ୍ୟକ୍ପାଟି ଆଇଆଇଟି ହାଇଦ୍ରାବାଦ ର ସିଭିଲ ଇଞ୍ଜିନିୟରିଙ୍ଗ ବିଭାଗର ମୁଖ୍ୟ ଭାବରେ ଦସ୍ତଖତ ଦେଇଛନ୍ତି ଓ ସିଲ୍ ମାରିଛନ୍ତି ସେ ମହାଶୟ ବିଭାଗର ମୁଖ୍ୟ ମଧ୍ୟ ନୁହନ୍ତି।

ଏବେ RTI ସୂଚନାରେ ଆଉ ଏକ ବିରାଟ ଅନିୟମିତତା ସାମ୍ନା କୁ ଆସିଛି। ଜମି ଅଧିଗ୍ରହଣ ଉପରେ ବିଭିନ୍ନ ଦପ୍ତରରୁ ସୂଚନା ଅଧିକାର ଆଇନ ରେ ମିଲିଥିବା ତଥ୍ୟ ସବୁ ରାଜ୍ୟ ସରକାର ଙ୍କ ମିଛ କାହାଣୀ କୁ ଲୋକଙ୍କ ସାମ୍ନା କୁ ଆଣିଛି। ଏବେ ଯେଉଁ ସନସନୀ କଥା ଧରପଡ଼ିଛି ତା ହେଲା ଉକ୍ତ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଅସଲରେ ଜମି ଅଧିଗ୍ରହଣ କରାଯାଇନାହିଁ। ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ରୁ ମିଳୁଥିବା ତଥ୍ୟ ଦର୍ଶାଉଛି ଉକ୍ତ ଯୋଜନା ପାଇଁ କୌଣସି ଜମି ଅଧିଗ୍ରହଣ କରାଯାଇ ନାହିଁ ଆଉ ତହସିଲଦାର ଚାନ୍ଦବାଲି ମଧ୍ୟ ସମାନ କଥା ଜଣାଇଥିବା ବେଳେ RWSS ର ସୁପରିଟେଣ୍ଡେଣ୍ଟ ଇଂଜିନିୟର ଅଫିସ , ଭଦ୍ରକ ଜଣାଇଛନ୍ତି ଯେ ରାଜକନିକା ଅଞ୍ଚଳ ର ବାରୁଣା ଢ଼ିଆ ମୌଜାରେ ଉକ୍ତ ପ୍ରକଳ୍ପ ପାଇଁ 2019 ମସିହା ଠାରୁ ଜମି ଅଧିଗ୍ରହଣ କରାଯାଇଛି ଆଉ ଜମି ମାଲିକଙ୍କୁ ମଧ୍ୟ ଟଙ୍କା ଦିଆଯାଇଛି । ଏଠାରେ ପ୍ରଶ୍ନ ଉଠୁଛି କି କେଉଁ କିସମର ଜମି ଅଧିଗ୍ରହଣ କରାଯାଇଛି? ଜମି ଅଧିଗ୍ରହଣ ରାଜସ୍ବ ବିଭାଗର ନିୟମାନୁଯାୟୀ କରାଯାଇଛି ନା ନାହିଁ? ଏ ନେଇ ଭୂମି ଅଧିଗ୍ରହଣ ବିଜ୍ଞପ୍ତି କେବେ ପ୍ରକାଶ କରାଯାଇଥିଲା? ମାତ୍ର ସରକାର ଏ ସଂକ୍ରାନ୍ତ କୌଣସି ତଥ୍ୟ ଦେଉ ନାହାନ୍ତି।

ଯେଉଁ ତଥ୍ୟ ଦେଇଛନ୍ତି ଏଥିରେ ଦର୍ଶାଯାଇଥିବା plot no ଓ khata no ପୁଣି ୨୦୧୯ ମସିହାରେ ଆନ୍ଧ୍ରପ୍ରଦେଶ ର ସେକ ବସିର ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି ହୋଇଥିବା ର ତଥ୍ୟ ଭୁଲେଖ ରୁ ଦେଖିବାକୁ ମିଳୁଛି। ପ୍ରଶ୍ନ ଆସୁଛି ଯଦି ସରକାରୀ ବାବୁ ମାନେ ଜମି ଅଧିଗ୍ରହଣ କରିଥିଲେ ପ୍ରୋଜେକ୍ଟ ପାଇଁ ତାହାଲେ ସେକ ବଶିରକୁ ସରକାର ଜମି ବିକିଲେ କାହିଁକିକ?? ଯଦି ଜମି ମାଲିକ ବିକିଲେ ଉକ୍ତ ନଦୀ ପଠା ଜମିକୁ ବିକ୍ରୀ କେମିତି ସମ୍ବଵ ହେଲା। ଏହାକୁ ନେଇ ରାଜକନିକା ତହସିଲଦାର ଓ କେନ୍ଦ୍ରାପଡା ଜିଲ୍ଲା ର ଉପ ଜିଲ୍ଲାପାଳଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ।

ପ୍ରଥମେ ଯେଉଁ ଜିଲ୍ଲାପାଳ ସମର୍ଥ ବର୍ମା ସବୁ କିଛି ଆଇନ ଅନୁଯାୟୀ ହୋଇଛି ବୋଲି ମୁହଁ ତୋଡ ମାରିଥିଲେ ପରବର୍ତ୍ତୀ ସମୟରେ ଜଣାପଡ଼ିଲା କି ଜିଲ୍ଲାପାଳ ବର୍ମା ମିଛ କହିଛନ୍ତି ବୋଲି। ତାଂକ ବିରୁଦ୍ଧରେ ଅସନ୍ତୋଷ ଆସିବାକ୍ଷଣି ସରକାର ତାଙ୍କୁ ବଦଳି କରିଦେଲେ।

ଏ ପୁରା ପ୍ରକଳ୍ପ ର ସି ବି ଆଇ ତଦନ୍ତ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତି ଯିଏ କି ଏ ଯାବତ୍ ଏ ପ୍ରକଳ୍ପ ର ସମସ୍ତ ଘୋଟାଲା କୁ RTI ତଥ୍ୟ ଜରିଆରେ ସାମ୍ନା କୁ ଆଣିଛନ୍ତି।

Related Posts