ପାଞ୍ଚଦିନ ବନ୍ଦ ରହିବ ଘଟଗାଁ ତାରିଣୀ ପୀଠ

ସତ୍ୟପାଠ 21/12 କେନ୍ଦୁଝର: ୫ ଦିନ ପାଇଁ ମା’ ଘଟଗାଁ ତାରିଣୀ ପୀଠ ବନ୍ଦ ରହିବ। ଆଗକୁ ନୂଆବର୍ଷ ଅସୁଥିବାସରୁ ସମ୍ଭାବ୍ୟ ଭିଡ଼ ଆଶଙ୍କାରେ ଘଟଗାଁ ତାରିଣୀ ମନ୍ଦିରରେ କଟକଣା ଲାଗୁ କରାଯାଇଛି । ଡିସେମ୍ବର ୨୫, ୨୬, ୩୧, ଜାନୁଆରୀ ୧ ଓ ୨ରେ ଦର୍ଶନ ବନ୍ଦ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ୫ ଦିନ ମନ୍ଦିର ବନ୍ଦ ରହିବା ନେଇ ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ତମାନ କରୋନାର ମାରାତ୍ମକ ଭୂତାଣୁ ଓମିକ୍ରନ ପ୍ରବେଶ କରିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ଆଶା କରାଯାଉଛି |


ସୂଚନା ଅନୁଯାଇ, ଓଡ଼ିଶାରୁ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ILS ପକ୍ଷରୁ ସୂଚନା ଦିଆଯାଇଛି । ଯାହାକି, ନାଇଜେରିଆ ଓ କତାରରୁ ଫେରିଥିବା ୨ ଜଣ ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଜିନମ ସ୍ୱିକେନ୍ସିଂ ପରେ ଏହି ଦୁଇ ଆକ୍ରାନ୍ତଙ୍କ ଶରୀରରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଛି । ଦୁଇ ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଥିବା ବେଳେ ଆଉ ସାତ ଜଣ ବିଦେଶ ଫେରନ୍ତାଙ୍କ ମଧ୍ୟରୁ ଚାରିଜଣ ନେଗେଟିଭ ଅଛନ୍ତି ।

Related Posts