୨ ବ୍ରାଉନସୁଗାର ବେପାରୀଙ୍କୁ ଧରିଲା STF

ସତ୍ୟପାଠ 21/12 ଭୁବନେଶ୍ୱର: ସ୍ପେସିଆଲ ଟାସ୍କ ଫୋର୍ସ (STF)କୁ ବଡ଼ ଧରଣର ସଫଳତା । ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଆଜି ଗିରଫ କରିଛି ସ୍ପେସିଆଲ ଟାସ୍କ ଫୋର୍ସ । ଧରାପଡିଥିବା ବ୍ରାଉନସୁଗାରର ଓଜନ ପାଖାପାଖି 1 କେଜି 90 ଗ୍ରାମରୁ ଅଧିକ ହେବ । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୯୦ହଜାର ଟଙ୍କା ହେବ ବୋଲି କୁହାଯାଉଛି । ଗିରଫ ଦୁଇଜଣ ୨ ଜଣ ଅଭିଯୁକ୍ତ ହେଲେ ଢେଙ୍କାନାଳର ରାକେଶ ସାହୁ ଓ ସନ୍ତୋଷ ସାହୁ । STF ୨୦୨୦ରୁ ଏବେ ପର୍ଯ୍ୟନ୍ତ ୪୪ କେଜିରୁ ଅଧିକ ବ୍ରାଉନସୁଗର ଜବତ କରି ସାରିଛି ।

Related Posts