କୋଲକାତା ପୌର ନିର୍ବାଚନ; ବିପୁଳ ବିଜୟ ଆଡ଼କୁ ତୃଣମୂଳ କଂଗ୍ରେସ

ପଶ୍ଚିମବଙ୍ଗ ପୌର ନିର୍ବାଚନର ଆଜି ପ୍ରକାଶ ପାଇବ ଫଳ | ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ, ତୃଣମୂଳ କଂଗ୍ରେସ ବିଶାଳ ବିଜୟ ଆଡକୁ ଅଗ୍ରସର ହେଉଛି | ୧୪୪ଟି ୱାର୍ଡରେ ହୋଇଥିବା ପଶ୍ଚିମବଙ୍ଗ ପୌର ନିର୍ବାଚନର ନେତାଜୀ ଇନ୍ଦୋର ଷ୍ଟାଡିୟମରେ ଆଜି ଗଣତି ଆରମ୍ଭ ହୋଇଛି । ୧୦୮ଟି ସିଟରେ ଆଗରେ ଚାଲିଛି ଟିଏମସି ।

ପ୍ରଥମ ଦେଢଘଣ୍ଟା ଗଣନା ପରେ କେଏମସି ଅଧୀନରେ ସମୁଦାୟ ୧୪୪ ୱାର୍ଡରେ ୧୦୮ ସିଟ ହାତେଇଛି ଟିଏମସି । ଯାହା ଟିଏମସିର ବିଶାଳ ବିଜୟ ସଙ୍କେତ ଦେଇଛି । ବିଜେପି ୪ଟି ୱାର୍ଡ ବିମପନ୍ଥୀ ୨ଟି କଂଗ୍ରେସ ଦୁଇଟି ଓ ସ୍ବାଧୀନ ଗୋଟିଏ ସିଟ ହାତେଇଛି । ତୃଣମୂଳ କଂଗ୍ରେସ ହେଭିୱେଟ ନେତା ଫ୍ରିହାଦ ହାକିମ, ଦେବଶିଷ କୁମାର, ମାଲା ରୟ ଏବଂ ପରେଶ ପାଲ ପ୍ରମୁଖ ଅଛନ୍ତି। ହାକିମ ପୁଣି ଥରେ କେଏମସିର ମେୟର ବୋଲି ଅନୁମାନ କରାଯାଉଛି । ଭୋଟ ଗଣନା ଆରମ୍ଭ ପରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଅପରାହ୍ନ ୩ଟା ସୁଦ୍ଧା ଗଣନା ଚିତ୍ର ସ୍ପଷ୍ଟ ହୋଇଯିବ ।

୧୪୪ଟି ୱାର୍ଡରେ ଆପାତତଃ ୭୨ ପ୍ରତିଶତ ମତଦାନ ହୋଇଥିଲା । ୪ ହଜାର ୯୫୯ ବୁଥରେ ୧ ହଜାର ୯୭୦ଟି ଭୋଟ କେନ୍ଦ୍ର ରହିଥିଲା । ଭୋଟ ଗ୍ରହଣ ସମୟରେ ସମସ୍ତ ସହରକୁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ ରଖାଯାଇଥିଲା ।

Related Posts