ପାରିବାରିକ ବିବାଦକୁ ନେଇ କ୍ରୋଧରେ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ: କେନ୍ଦୁଝର

ସତ୍ୟପାଠ 28/12 କେନ୍ଦୁଝର: କଥାରେ ଅଛି ରାଗ ବ୍ରହ୍ମ ଚଣ୍ଡାଳ, ସତକୁ ସତ ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । କ୍ରୋଧରେ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ମୃତ ସ୍ତ୍ରୀଙ୍କ ନାମ ରଶ୍ମୀ ମୁଣ୍ଡା ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ । ପୋଲିସ ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅଞ୍ଚଳର ଠାକୁରପାଟଣା ମୁଣ୍ଡାସାହିରେ ରହୁଥିଲେ ସ୍ୱାମୀ-ସ୍ତ୍ରୀ । ହଠାତ୍‌ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୁଏ । ଏପରିକି ସୋମବାର ରାତିରେ ସ୍ୱାମୀ ଡିକୁ ମୁଣ୍ଡା ମଦ ପିଇ ଆସି ସ୍ତ୍ରୀ ରଶ୍ମୀ ମୁଣ୍ଡାଙ୍କ ସହ ଝଗଡ଼ା କରିଥିଲେ । ଏଥିରେ ରାଗିଯାଇ ପିଟି ପିଟି ସ୍ତ୍ରୀଙ୍କୁ ହତ୍ୟା କରିଦେଇଛି । ସେପଟେ ପୋଲିସ ଖବର ପାଇଁ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ୱାମୀ ସ୍ୱାମୀ ଡିକୁ ମୁଣ୍ଡାକୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗ ନିଆଯାଇପାରେ ପୋଲିସ ବୋଲି ପୋଲିସ ସୁତ୍ରରୁ ଖବର ମିଳିଛି ।

Related Posts