ପେଟ୍ରୋଲ ଡିଜେଲରୁ ମିଳିବ ମୁକ୍ତି, ପାଣିରେ ଗଡିବ ଗାଡି: ସଡ଼କ ପରିବହନ ମନ୍ତ୍ରୀ

ଏଥର ପେଟ୍ରୋଲ ଡିଜେଲରୁ ମିଳିବ ମୁକ୍ତି, ପାଣିରେ ଗଡିବ ଗାଡି । ବୁଧବାର ଦିନ ସଂଗମ ନଗରୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏମିତି କିଛି କହିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଦେଶରେ ଖୁବଶିଘ୍ର ବଜାରକୁ ଆସିବ ହ୍ରାଇଡ୍ରୋଜେନରେ ଚାଲୁଥିବା କାର ।ଏହାକୁ ନେଇ ଖୁଲାସା କରିଛନ୍ତି ନିଜେ ଗଡକରୀ । ସେ କହିଛନ୍ତି ଯେ, ଏବେ ଗ୍ରୀନ ହାଇଡ୍ରୋଜେନର ସମୟ ଆସିଯାଇଛି । ଖୁବ ଶିଘ୍ର ରାସ୍ତାରେ ଗଡିବ ହ୍ରାଇଡ୍ରୋଜେନ୍ ଚାଳିତ କାର । ଭାରତୀୟ ବୈଜ୍ଞାନୀକଙ୍କୁ ପ୍ରଶଂସା କରିବାକୁ ଯାଇ ଗଡକରୀ ଆହୁରି ମଧ୍ୟ କହିଛନ୍ତି ଯେ, ଖୁବ ଶିଘ୍ର ତାଙ୍କ ପାଖରେ ଏକ ସ୍ୱତନ୍ତ୍ର କାର ହେବ, ଯାହାକି ଗ୍ରୀନ ହାଇଡ୍ରୋଜେନରେ ଚାଲିବ । କହିବାର ଅର୍ଥ ପାଣିରୁ ହାଇଡ୍ରୋଜେନ୍ ଓ ଅକ୍ସିଜେନକୁ ଅଲଗା ଅଲଗା କରି ଚାଲିବ । ଏହା ଲୋକେ ବିଶ୍ୱାସ ନକଲେ ବି ସତ ହେବାକୁ ଯାଉଛି । ଯେବେ ସେ ନିଜେ ଦିଲ୍ଲୀ ରାସ୍ତାରେ ଏହି କାର ନେଇ ବୁଲିବେ ସେତେବେଳେ ଲୋକଙ୍କୁ ବିଶ୍ୱାସ ହୋଇଯିବ ଯେ, ସତରେ ପାଣିରେ ଚାଲିବ କାର । ଏହି କାର ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ବୋଲି ସେ କହିଛନ୍ତି ।

ଗଡକରୀଙ୍କ କହିବା ମୁତାବକ, ଭାରତରେ ଗ୍ରୀନ ହାଇଡ୍ରୋଜେନ୍ର ବ୍ୟବହାର କରିବାକୁ ପାଇଲଟ୍ ପ୍ରୋଜେକ୍ଟ ଖୁବ୍ ଶିଘ୍ର ଆରମ୍ଭ ହେବାକୁ ଯାଉଛି । ସ୍ୱିରେଜ ପାଣିକୁ ବ୍ୟବହାର କରି ରାସ୍ତାରେ ଗାଡି ଚାଲିବ । ପ୍ଳାଣ୍ଟରେ ଏହାକୁ ପ୍ରକିୟାକରଣ କରାଯାଇ ଏଥିରୁ ହାଇଡ୍ରୋଜେନକୁ ଅଲଗା କରାଯିବ । ଏହି ହାଇଡ୍ରୋଜେନକୁ ଗାଡିରେ ଇନ୍ଧନ ଭାବେ ବ୍ୟବହାର କରାଯିବ । ଏଥିପାଇଁ ଫରିଦାବାଦରେ ଏକ ଅଏଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି ବୋଲି ଗଡକରୀ କହିଛନ୍ତି ।

Related Posts