ପୋଲିସ ହାତରେ କୁଖ୍ୟାତ ମାଓବାଦୀ ପ୍ରମୋଦ ମାଝୀ, ଏକେ ୪୭ ସହ ୨୮ ରାଉଣ୍ଡ ଗୁଳି ଜବତ

ଗଜପତି ଜିଲ୍ଲା ଅଡବା ଥାନା ପୋଲିସ କୁ ମିଳିଛି ସଫଳତା | ଜାଡିଙ୍ଗି ଗାଁର କୁଖ୍ୟାତ ମାଓବାଦୀ ସାଗର ଓରଫ ପ୍ରମୋଦ ମାଝୀଙ୍କୁ ପୋଲିସ ଗିରଫ କରିଛି | ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି | ଶନିବାର ବିଳମ୍ବିତ ରାତିରେ ପ୍ରମୋଦଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ଗିରଫ ପରେ ଗାଁ ପାଖରେ ଥିବା ଏକ ଗଛ ଉପରେ ଏକେ ୪୭ ବନ୍ଧୁକକୁ ଲୁଚାଇ ରଖିଥିଲେ । ଏହାସହିତ ୨୮ ରାଉଣ୍ଡ ଗୁଳି ଓ ଦୁଇଟି ମାଗାନିଜ ମଧ୍ୟ ଜବତ କରାଯାଇଛି । ପ୍ରମୋଦଙ୍କ ନାଁ ଅଡବା ଥାନାରେ ୨୧ରୁ ୨୪ ମାମଲା ରୁଜୁ କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ପୋଲିସ ଜାଡିଙ୍ଗି ଗାଁରେ ଚଢାଉ କରି ସାଗରକୁ ଗିରଫ କରିଥିଲା । ପ୍ରମୋଦ ପୂର୍ବରୁ ମାଓ ସଂଗଠନରେ ରହିଥିଲେ । ମାଓନେତା ସବ୍ୟସଚୀ ପଣ୍ଡାଙ୍କ ଅଙ୍ଗରକ୍ଷୀ ଥିବା ସହ ଓଡିଶା ମାଓବାଦୀ ପାର୍ଟିର ପ୍ରମୁଖ ନେତା ଥିଲେ ।

Related Posts