ବଲାଙ୍ଗିର ସତ୍ୟନାରାୟଣପଡା ୨୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୨ ରଙ୍ଗ ମିସ୍ତ୍ରୀ ଗୁରୁତର

ବଲାଙ୍ଗିର ସତ୍ୟନାରାୟଣପଡା ୨୬ ନଂ ଜାତୀୟ ରାଜପଥ ଲକ୍ଷ୍ମୀ ଯୋର ଯୋଲ ଉପରେ ଘଟିଛି ଦୁର୍ଘଟଣା | ଟ୍ରକ୍ ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଭଭୟଙ୍କୁ ପ୍ରଥମେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଗୁରୁତର ଦୁଇଜଣ ହେଲେ ଚିମନିଭାଟି ପଡାର ଗୌରହରି ପଟେଲ ଓ ସୁନ୍ଦୁରବାହାଲର ତ୍ରିଲୋଚନ ସାଏ ବୋଲି ଜଣାପଡିଛି । ଏମାନେ ରଙ୍ଗ କାମ କରିଥାନ୍ତି । ଶନିବାର ମଧ୍ୟ ଟାଉନରେ ରଙ୍ଗ କାମ ସାରି ଘରକୁ ଫେରୁଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଉଭୟ ଛିଟିକି ପଡି ଗୁରୁତର ହୋଇଛନ୍ତି । ପିସିଆର ପହଞ୍ଚି ଉଭୟଙ୍କୁ ହସ୍ପିଟାଲ ନେଇଥିଲା । ତେବେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି ।

Related Posts