ପୌର ପରିଷଦ ଅଧ୍ୟକ୍ଷ ପଦ ଲାଗି ପ୍ରକ୍ରିୟା ଆରମ୍ଭ, ପ୍ରକାଶ ପାଇଛି ସଂରକ୍ଷଣ ତାଲିକା

ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ତାପରେ ହେବ ପୌର ନିର୍ବାଚନ । ଏ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି(ଶନିବାର) ପ୍ରକାଶ ପାଇଛି ପୌର ପରିଷଦ ଅଧ୍ୟକ୍ଷ ପଦ ଲାଗି ଚିଠା ସଂରକ୍ଷଣ ତାଲିକା । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଏହି ଚିଠା ବିଜ୍ଞପ୍ତି । 107 ପୌର ପରିଷଦ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ଆପତ୍ତି ଅଭିଯୋଗ ଥିଲେ 15 ଦିନ ମଧ୍ୟରେ ଜଣାଇବାକୁ କୁହାଯାଇଛି । ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ନିକଟରେ ଏହି ଅଭିଯୋଗ କରିବା ପାଇଁ ରହିଛି ନିର୍ଦ୍ଦେଶ । ଏହାପରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା ।

ପୌର ପରିଷଦ ଅଧ୍ୟକ୍ଷ ପଦ ଲାଗି ଚିଠା ସଂରକ୍ଷଣ ତାଲିକା ପ୍ରକାଶପୌର ପରିଷଦ ଅଧ୍ୟକ୍ଷ ପଦ ଲାଗି ଚିଠା ସଂରକ୍ଷଣ ତାଲିକା ପ୍ରକାଶ ଅନୁସୂଚିତ ଜାତି(ମହିଳା)ଙ୍କ ପାଇଁ ପୌର ପରିଷଦ ଅଧ୍ୟକ୍ଷ ପଦ ଲାଗି ୯ଟି ସ୍ଥାନରେ ସଂରକ୍ଷଣ ରହିଥିବା ବେଳେ ଅନୁସୂଚିତ ଜାତିଙ୍କ ପାଇଁ ୮ଟି ସ୍ଥାନ ସଂରକ୍ଷିତ ହୋଇଛି । ସେହିପରି ଅନୁସୂଚିତ ଜନଜାତି(ମହିଳା)ଙ୍କ ପାଇଁ ନବରଙ୍ଗପୁର, ବ୍ରଜରାଜନଗର, ଉମରକୋଟ, ଗୁଡାରି, ଆନନ୍ଦପୁର, ବ୍ୟାସନଗରରେ ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜନଜାତିଙ୍କ ପାଇଁ ବାଲିଗୁଡ଼ା, ପାଟନଗଡ଼ ଓ ବିନିକାରେ ସ୍ଥାନ ସଂରକ୍ଷଣ ରଖାଯାଇଛି । ୧୦୭ ପୌର ପରିଷଦ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ୧୦୭ ପୌର ପରିଷଦ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ମହିଳାଙ୍କ ପାଇଁ ୪୦ଟି ସ୍ଥାନ ସଂରକ୍ଷିତ ହୋଇ ରହିଥିବା ବେଳେ 107 ପୌର ପରିଷଦ ୪୧ଟି ପୌର ପରିଷଦ ପାଇଁ ସ୍ଥାନ ସଂରକ୍ଷିତ ହୋଇନାହିଁ । ଏହି ସ୍ଥାନଗୁଡ଼ିକ ମଧ୍ୟରେ ଆଠଗଡ଼, ଦେବଗଡ଼, ରଣପୁର, ନୟାଗଡ଼, ଗଞ୍ଜାମ, ଢେଙ୍କାନାଳ, ଫୁଲବାଣୀ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଚୌଦ୍ବାର, ବାଙ୍କି, ରାଇରଙ୍ଗପୁର ଆଦି ରହିଛି।

Related Posts