ବଜେଟ୍ ୨୦୨୨-୨୩: କୃଷି ଉପରେ ବିଶେଷ ଧ୍ୟାନ: ଚାଷୀଙ୍କ ଉତ୍ପାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି, ୩ ବର୍ଷରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍

୨୦୧୨-୨୩ ଆର୍ଥିକ ବର୍ଷ ଲାଗି ଉପସ୍ଥାପନ ହୋଇଛି ବଜେଟ୍ | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଆଗତ ପୂର୍ବରୁ ଅଭିଭାଷଣ ରଖୁଛନ୍ତି ନିର୍ମଳା । କରୋନା ମହାମାରୀ ସ୍ୱତେ ଭାରତୀୟ ଅର୍ଥନିତୀରେ ଅଗ୍ରଗତି ଘଟିଛ । ଜାତୀୟ ଅର୍ଥନିତୀରେ କେବଳ ଅଗ୍ରଗତି ଘଟିନାହିଁ ବଂର ଦ୍ରୁତ ଅଭିବୃଦ୍ଧି ଘଟିଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ସେ କୃଷି ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଏଥିସହିତ ଲୋକଙ୍କ ଯାତାୟାତକୁ ଆହୁରି ସୁଦୃଢ଼ କରିବା ଦିଗରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୧% ରହିଛି ।

ଆତ୍ମନିର୍ଭର ଜରିଆରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି । ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେଉଛି । ରେଲ୍, ରୋଡ୍, ଏୟାରୱେଜ୍, ୱାଟରୱେଜ୍ ପାଇଁ ପିଏମ୍ ଗତିଶକ୍ତି ଅଣାଯାଇଛି । ଲୋକଙ୍କୁ ନିର୍ବିଘ୍ନ ଯାତାୟାତ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ୪୦୦ ନୂଆ ବନ୍ଦେଭାରତ ଏକ୍ସପ୍ରେସ୍ ଟ୍ରେନ୍ ୩ ବର୍ଷରେ କାର୍ଯ୍ୟକ୍ଷମ ହେବ । ଚାଷୀଙ୍କ ଉତ୍ପାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ । ସେ କହିଛନ୍ତି ଯେ, ଫସଲ ନିରୀକ୍ଷଣ, ରୋଗପୋକ ନିୟନ୍ତ୍ରଣ ପାଇଁ ଡ୍ରୋନ୍ ଉପଯୋଗ ହେବ |

କୃଷି କ୍ଷେତ୍ରରେ ସଂସ୍କାର ଏବଂ କୃଷକଙ୍କ ଆୟବୃଦ୍ଧି ପାଇଁ ସରକାର ଆଣିଛନ୍ତି ବିଭିନ୍ନ ନୂତନ ପଦ୍ଧତି । କୃଷକଙ୍କୁ ଡିଜିଟାଲ ସେବା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାର ବ୍ୟବସ୍ଥା ପ୍ରଦାନ କରିବେ । ଜୈବିକ କୃଷି ଉପରେ ସରକାର ଦେଇଛନ୍ତି ପ୍ରାଧାନ୍ୟ । ଦେଶର ୫ଟି ବୃହତ ନଦୀକୁ ଏକତ୍ରୀକରଣ କରାଯିବ । ସେହିପରି ଗତିଶକ୍ତି ଯୋଜନା ମାଧ୍ୟମରେ ୧୦୦ଟି କାର୍ଗୋ କାରଖାନା ନିର୍ମାଣ କରାଯିବ । କେନ୍ଦ୍ର ସରକାର ୮ଟି ନୂତନ ମୁଦ୍ରା ଛପାଇବା ପାଇଁ ଯାଉଛନ୍ତି ।

ସେହିପରି ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଆଗାମୀ ୩ ବର୍ଷରେ ତିଆରି ହେବ । ପର୍ବତମାଳା ଅନ୍ତର୍ଗତରେ ପାହାଡି ଅଂଚଳରେ ପିପିପି ମୋଡରେ ରାସ୍ତା ନିର୍ମାଣ କରାଯିବ । ଆତ୍ମନିର୍ଭର ଭାରତ ଅନ୍ତର୍ଗତରେ ୧୬ଲକ୍ଷ ନୂଆ ଚାକିରି ସୃଷ୍ଟି କରାଯିବ । ଜମିଜମାର ଡିଜିଟାଲାଇଜେସନ୍ ହେବ । ରାଜ୍ୟଙ୍କୁ କୃଷିବିଦ୍ୟାଳୟ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ରାଜ୍ୟଙ୍କୁ ପ୍ରତ୍ସୋହିତ କରାଯିବ । କୃଷକଙ୍କ ସହାୟତା ପାଇଁ ରାଜ୍ୟ ମାନଙ୍କ ସହଯୋଗରେ କେନ୍ଦ୍ର ପ୍ରୋଜେକ୍ଟ ପ୍ରସ୍ତୁତ କରିବ । ଏମରଜେନ୍ସି କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ : ଏମଏସଏମଇ ଏହାର ଲାଭ ଉଠାଇ ପାରିବେ । ୨୫ ହଜାର କିଲୋମିଟର ପର୍ଯ୍ୟନ୍ତ ବଢିବ ଜାତୀୟ ରାଜପଥର ଦୈର୍ଘ୍ୟ । ମହାମାରୀ ଦ୍ୱାରା ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ସରକାର କାର୍ଯ୍ୟ କରିବେ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Related Posts