ଦେଶରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା | ଉପରମୁହାଁ କରୋନା ସଂକ୍ରମଣ | ଦିନକୁ ଦିନ ସଂକ୍ରମଣ ବଢୁଥିବା ବେଳେ, ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ ଏନେଇ ସୂଚନା ମିଳିଛି | ସେହିପରି ୨୪ ଘଣ୍ଟାରେ ୪୯୧ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ।
ଦୈନିକ ପଜିଟିଭ ରେଟ୍ ୧୬.୪୧ ପ୍ରତିଶତ ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ କଥା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୨୮୭ରେ ପହଞ୍ଚିଛି ।
ଦେଶରେ ବୁଧବାର ୨ ଲକ୍ଷ ୮୨ ହଜାର ୯୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟା ବୃଦ୍ଧି ପାଇ ୩ ଲକ୍ଷ ୧୭ ହଜାର ୫୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୧୯ ଲକ୍ଷ ୨୪ ହଜାର ୦୫୧ରେ ପହଞ୍ଚିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୨୩ ହଜାର ୯୯୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଅନ୍ୟପଟେ ଆଜି ରାଜ୍ୟରୁ ୧୦ ହଜାର ୩୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୩୫୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିପରି ୧୮ ବର୍ଷ ମଧ୍ୟରେ ୧ହଜାର ୯୦ ଜଣ ଚିହ୍ନଟ ହୋଇଛନ୍ତି ।
