ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):୧୯ରେ ସିଜିଏଲ୍‌ ପରୀକ୍ଷା ହେଲେ ଡାଉନ୍‌ଲୋଡ୍‌ ହେଉନି ଆଡ୍‌ମିଟ କାର୍ଡ । ବହୁ ଛାତ୍ରୀଛାତ୍ର ଲଗ୍‌ଇନ୍‌ କରିବା ସମୟରେ ସେମାନଙ୍କ ପଞ୍ଜୀକୃତ ମୋବାଇଲ୍‌ ନମ୍ବର ଓ ମେଲ୍‌ ଆଇଡି ଇନ୍‌ଭାଲିଡ୍‌ ବୋଲି ଦେଖାଉଛି। ଫଳରେ ସେମାନେ ନିଜ ପ୍ରୋଫାଇଲ୍‌ ଖୋଲିପାରୁ ନାହାନ୍ତି। ସେହିପରି ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ପ୍ରକାଶ ପାଇଥିଲେ ମଧ୍ୟ ଫଟୋ ରହିନାହିଁ। ଆଉ କେତେଜଣ ଆବେଦନକାରୀ ଅଭିଯୋଗ କରୁଛନ୍ତି ଯେ, ସେମାନଙ୍କ ମୋବାଇଲକୁ ଓଟିପି ଯାଉନାହିଁ। ଓଏସ୍‌ଏସ୍‌ସି ସହାୟତା ନମ୍ବରରେ ଫୋନ୍‌ କଲେ କେହି ଉଠାଉ ନାହାନ୍ତି। ଏଭଳି ଘଟଣାକୁ ନେଇ ଆଶାୟୀମାନେ ସୋମବାର କାର୍ଯ୍ୟାଳୟରେ ପହଞ୍ଚତ୍ ଅଭିଯୋଗ କରିଛନ୍ତି। ପରୀକ୍ଷା ପାଖେଇ ଆସୁଥିବା ବେଳେ ପାଠପଢ଼ିବା ପରିବର୍ତ୍ତେ କାର୍ଯ୍ୟାଳୟକୁ ଧାଇଁବା ଠିକ୍‌ ଲାଗୁନାହିଁ ବୋଲି ସେମାନେ କହିଛନ୍ତି। ଏହି ସମସ୍ୟା ଓ ଅଭିଯୋଗ ସଂକ୍ରାନ୍ତରେ ଓଏସ୍‌ଏସ୍‌ସି ପକ୍ଷରୁ କୁହାଯାଇଛି, ଯେଉଁ ପ୍ରାର୍ଥୀଙ୍କ ମୋବାଇଲ୍‌ ନମ୍ବର ଓ ମେଲ୍‌ ଆଇଡି ଇନ୍‌ଭାଲିଡ୍‌ ଦେଖାଉଛି ସେମାନେ ରେଜିଷ୍ଟ୍ରେଶନ ନମ୍ବର ଦେଇ ଲଗ୍‌ଇନ୍‌ କରିପାରିବେ। ସେହିପରି ଯେଉଁ ପ୍ରାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଭୁଲ୍‌ ଫଟୋ ରହିଛି, ସେମାନେ ପରୀକ୍ଷା ଦେବାରେ କୌଣସି ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ।