ନୋଏଡ଼ା,(ସତ୍ୟପାଠବ୍ୟୁରୋ): ବଦଳିଲା ନୋଏଡା ଏୟାରପୋର୍ଟର ନାଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ। ଜେୱର ଏୟାରପୋର୍ଟର ନାମ ହେବ ‘ନରେନ୍ଦ୍ର ମୋଦୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ’। ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ନୋଏଡା ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟର ନାମ ପରିବର୍ତ୍ତନ କରି ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ରଖିବା ପ୍ରସ୍ତାବକୁ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍ ବୈଠକରେ ମଞ୍ଜୁରି ମିଳଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସୂଚନା ଦେଇ ଜଣାଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏବଂ ରାଜ୍ୟର ବିକାଶ ପ୍ରତି ତାଙ୍କର ଅବଦାନ ପାଇଁ କୃତଜ୍ଞତା ଜଣାଇ ଏହି ନିଷ୍ପତ୍ତି ନିଆଯାଇଛି। ୧୫ ଜୁନ୍ ୨୦୨୬ରୁ ଏଠାରୁ ବିମାନ ଚଳାଚଳ ଆରମ୍ଭ ହୋଇଛି, ଯେଉଁଠାରେ ପ୍ରଥମ ବିମାନ ଲକ୍ଷ୍ନୌରୁ ଆସି ଅବତରଣ କରିଥିଲା। ଏହା ଉତ୍ତର ପ୍ରଦେଶର ସବୁଠାରୁ ବଡ଼ ଏବଂ ଦେଶର ଏକ ପ୍ରମୁଖ ବିମାନ ଚଳାଚଳ ହବ୍ ଭାବେ ଗଢ଼ି ଉଠୁଛି।