ବିଜେପିକୁ ଆର୍ଶୀବାଦ ଦିଅନ୍ତୁ: ମୁଲାୟମଙ୍କ ବୋହୂ ଅପର୍ଣ୍ଣା

ମୁଲାୟମଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଏବେ ପ୍ରଚାର ମୈଦାନରେ | ବିଜେପିରେ ସାମିଲ ହେବା ପରେ ଏବେ ପ୍ରଚାର ମୈଦାନ କୁ ଓଲ୍ଲାହିଁ ନିଜ ପାଇଁ ଓ ବିଜେପି ପାଇଁ ଭୋଟ ମାଗିଛନ୍ତି | ଏଥିସହ ସମାଜବାଦୀ ପାର୍ଟି ଉପରେ ବର୍ଷିଛନ୍ତି | ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଶ୍ରିବାଦ କରନ୍ତୁ ବୋଲି କହିଛନ୍ତି ଅପର୍ଣ୍ଣା |

ବାରାବାଙ୍କି ଆସନରୁ ପ୍ରଚାର କରିବା ସମୟରେ ଅପର୍ଣ୍ଣା ସମାଜବାଦୀ ପାର୍ଟିକୁ ୪୪୦ ଭୋଲ୍ଟର ଝଟକା ଦେଇଛନ୍ତି | ଅପର୍ଣ୍ଣା କହିଛନ୍ତି ସମାଜବାଦୀ ପାର୍ଟିର ଗୁଣ୍ଡା ବଦମାସ ଏବେ ବିଜେପି ସରକାରରେ ନିଜ ଜୀବନର ଭିକ ମାଗୁଛନ୍ତି । ଯେଉଁଭଳି ମୋ ଶ୍ୱଶୁର ତଥା ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ ଆପଣ ମାନେ ମଧ୍ୟ ଠିକ୍ ସେହିଭଳି ବିଜେପିକୁ ଆର୍ଶୀବାଦ ଦିଅନ୍ତୁ । ଯାହାଦ୍ୱାରା ଯୋଗୀ ଆଦିତ୍ୟନାଥଙ୍କ ସରକାର ଉତ୍ତରପ୍ରଦେଶରେ ଦେଖିବାକୁ ମିଳିବ ।

ଏହାସହ ଅପର୍ଣ୍ଣା କହିଛନ୍ତି ଯେତେବେଳେ ରାଜପୁତ ମାନେ ଯୁଦ୍ଧ ପାଇଁ ବାହାରୁଥିଲେ ସେତେବେଳେ ଯାଦବ ସମୁଦାୟ ନେତୃତ୍ୱ ନେଉଥିଲେ । ଏବେ ସମୟ ଆସିଛି ଯାଦବ ସମୁଦାୟ ବିଜେପିର ସାଥ୍ ଦେବା ସହ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହାତକୁ ମଜବୁତ କରନ୍ତୁ । ଯାଦବ ସମୁଦାୟ ରାଷ୍ଟ୍ରବାଦ ଓ ବିକାଶର ସାଥ୍ ଦିଅନ୍ତୁ । ଆଉ ବାରମ୍ବାର ନିଜକୁ ଯାଦବ ସମ୍ପ୍ରଦାୟର କହି ଯାଦବ ଭୋଟବ୍ୟାଙ୍କକୁ ହାତେଇବାକୁ ଚେଷ୍ଟା କରିଛନ୍ତି ଅପର୍ଣ୍ଣା । ଏହାସହ ଅପର୍ଣ୍ଣା କହିଛନ୍ତି, ଏହି ଧର୍ମଯୁଦ୍ଧରେ ବିଜେପିର ରାଷ୍ଟ୍ରବାଦ ରଥରେ ବସି ପୂରା ରାଜ୍ୟରେ ପଦ୍ମ ଫୁଟାଇବା ସହ ଦଳର ବଡ ବିଜୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତୁ ଯାଦବ ସମ୍ପ୍ରଦାୟ । ଆଉ ଅପର୍ଣ୍ଣାଙ୍କ ଏଭଳି ଭାଷଣ ଏବେ ସମାଜବାଦୀ ପାର୍ଟିର ଚିନ୍ତା ବଢାଇ ଦେଇଛନ୍ତି । ଅପର୍ଣ୍ଣାଙ୍କ ପାଇଁ ଯଦି ଯାଦବ ଭୋଟ ବିଭାଜନ ହୁଏ ତେବେ ସମାଜବାଦୀ ଦଳକୁ ବଡ କ୍ଷତି ସହିବାକୁ ପଡିପାରେ ।

Related Posts