ବିଜେପି ଓ ପଞ୍ଜାବ ଲୋକ କଂଗ୍ରେସ ଭିତରେ ହେଲା ମେଣ୍ଟ , ଏକାଠି ଲଢ଼ିବେ ନିର୍ବାଚନ

ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୁର୍ବରୁ ପଞ୍ଜାବ ଲୋକ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟ ଗଠିତ ହୋଇଛି । ଶୁକ୍ରବାର ଏନେଇ ଦୁଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଶୁକ୍ରବାର ପଞ୍ଜାବ ଲୋକ କଂଗ୍ରେସର ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମିରିନ୍ଦର ସିଂହ ଓ କେନ୍ଦ୍ରମନ୍ତ୍ରୀ ତଥା ପଞ୍ଜାବ ବିଜେପି ପ୍ରଭାରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବସିଥିଲା । ଏହି ଆଲୋଚନା ପରେ ଦୁହେଁ ଆସନ୍ତା ନିର୍ବାଚନରେ ଏକାଠି ହୋଇ ଲଢିବେ ବୋଲି ଘୋଷଣା କରିଛନ୍ତି ।

ବୈଠକ ପରେ ଅମରିନ୍ଦର କହିଛନ୍ତି, ଆମେ ଏକାଠି ହୋଇ ନିର୍ବାଚନ ଲଢିବୁ । ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ । ତେବେ କେଉଁ ଦଳ କେତେ ସିଟରେ ଲଢିବେ ତାହା ଆଗାମୀ ଦିନରେ ନିର୍ଦ୍ଧାରଣ କରାଯିବ । ଯେଉଁ ସିଟରେ ଯେଉଁ ଦଳର ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ଥିବ ସେହି ପ୍ରାର୍ଥୀଙ୍କୁ ହିଁ ମେଣ୍ଟ ଟିକେଟ୍ ଦେବ ବୋଲି କ୍ୟାପଟେନ୍ କହିଛନ୍ତି ।

ଅନ୍ୟପଟେ ପଞ୍ଜାବ ବିଜେପି ପ୍ରଭାରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, ୭ ରାଉଣ୍ଡ ଆଲୋଚନା ପରେ ମୁଁ ଆଜି ପକ୍କା କରୁଛି, ବିଜେପି ଓ ପଞ୍ଜାବ ଲୋକକଂଗ୍ରେସ ଆସନ୍ତା ପଞ୍ଜାବ ବିଧାନସଭା ନିର୍ବାଚନରେ ଏକାଠି ଲଢିବାକୁ ଯାଉଛନ୍ତି ।

Related Posts