ମୋତେ କ୍ଷମା କରିଦିଅ: ନବଜୋତ ସିଂ ସିଦ୍ଧୁ, ଜାଣନ୍ତୁ କାହାକୁ ଓ କାହିଁକି ମାଗିଲେ କ୍ଷମା

ପଞ୍ଜାବ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଆସନ୍ତା ୨୦ ତାରିଖରେ ମତଦାତା ମାନେ ନିଜ ନେତାଙ୍କ ଚୟନ କରିବେ । ଇଭିଏମରେ କଏଦ ହେବ ପ୍ରାର୍ଥୀଙ୍କ ଭାଗ୍ୟ । ତେବେ ଏହାପୂର୍ବରୁ ଭୋଟରଙ୍କ ଭରସା ଜିତିବାକୁ ଶେଷ ପ୍ରୟାସ ଆରମ୍ଭ କରିଛନ୍ତି ରାଜନୈତିକ ଦଳର ନେତା । କିଏ ଭାଷଣରେ ତ ଆଉ କିଏ ଭିନ୍ନ ଉପାୟରେ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରୁଛନ୍ତି । ଆଉ ଏସବୁ ଭିତରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଏକ ବଡ ବୟାନ ଦେଇଛନ୍ତି ।

ଗୁରୁବାର ପୂର୍ବ ଅମୃତସରରେ ପ୍ରଚାର ସମୟରେ ନିଜ ପାଇଁ ଭୋଟ ମାଗିଥିଲେ ସିଦ୍ଧୁ । ପ୍ରତି ଘର ଘର ବୋଲି ନିଜ ସପକ୍ଷରେ ଭୋଟ ଅପିଲ କରିଥିଲେ । କିନ୍ତୁ ଏହି ସମୟରେ ଅନେକ ଭୋଟର ଘରର ଦ୍ୱାର ନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସିଦ୍ଧୁଙ୍କ ପତ୍ନୀ ଯେତେବେଳେ ସେଠାରେ ପ୍ରଚାର ପାଇଁ ପହଞ୍ଚିଲେ ଅସନ୍ତୁଷ୍ଟ ଭୋଟର କହିଥିଲେ, ସିଦ୍ଧୁଙ୍କ ସହ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସଫଳ ହୋଇପାରିନଥିଲା । ଆଉ ଯେତେବେଳେ ସିଦ୍ଧୁ ଏବାବଦରେ ଜାଣିଲେ ତୁରନ୍ତ ନିଜ ନିର୍ବାଚନମଣ୍ଡଳୀର ଭୋଟରଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ସିଦ୍ଧୁ କହିଛନ୍ତି, ମୋର ସବୁଠୁ ବଡ ଭୁଲ ହେଲା କି ମୁଁ ଆପଣଙ୍କ ସହ ସିଧାସଳଖ ସମ୍ପର୍କ ରଖି ପାରିଲି ନାହିଁ । ମୁଁ ସେହି କାର୍ଯ୍ୟକର୍ତ୍ତାଙ୍କୁ ଭେଟିପାରିଲି ନାହିଁ ଯେଉଁମାନେ ମୋତେ ଭେଟିବାକୁ ଚାହୁଁଥିଲେ । ମୁଁ ପ୍ରତିଶ୍ରୁତି ଦେଇଥିଲେ ଅମୃତସରବାସୀଙ୍କ ସାଥ୍ କେବେ ଛାଡିବି ନାହିଁ । ଯେଉଁଥିପାଇଁ ମୁଁ କ୍ୟାବିନେଟ ପଦ ମଧ୍ୟ ଛାଡିଥିଲି । ଏହାଛଡା ସିଦ୍ଧୁ କହିଛନ୍ତି, ଏବେ ସେ ହ୍ୟାଲୋ ଏମଏଲଏ ନାମରେ ଏକ ଲ୍ୟାଣ୍ଡଲାଇନ ଫୋନକଲ ସେବା ଆରମ୍ଭ କରିବେ । ଆଉ ଏହାଦ୍ୱାରା ଦୈନିକ ଏକଘଣ୍ଟା କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗାଯୋଗ କରିପାରିବି । ଯେହେତୁ କଂଗ୍ରେସର ଅଧ୍ୟକ୍ଷ ଅଛି ତେଣୁ ମୋ ଅଞ୍ଚଳକୁ ଆଗାମୀ ୫ ବର୍ଷ ମଧ୍ୟରେ ୧୦୦ ବର୍ଷ ଆଗକୁ ନେଇଯିବି ।

Related Posts