ବିରୋଧୀଙ୍କ ହଟ୍ଟଗୋଳ ପାଇଁ ସଂସଦରେ ଶୀତକାଳୀନ ଅଧିବେଶନ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ

ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଚରମସୀମାରେ ପହଞ୍ଚିଥିଲା । ତେବେ ଶୀତକାଳୀନ ଅଧିବେଶନ ଦୁଇଦିନ ବାକିଥିବା ବେଳେ ଅଧିବେଶନ ଅନିଧିଷ୍ଟ କାଳ ପାଇଁ ବନ୍ଦ ରହିଛି । ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରେ ରାଜ୍ୟସଭାର ୧୨ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏହାପରେ ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଡେରେକ ଓବ୍ରାଏନଙ୍କୁ ଗତକାଲି ପୂରା ସଂସଦ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ଏହାପରେ ଆଜି ଡେରେକ ଓବ୍ରାଏନ ପୂର୍ବରୁ ନିଲମ୍ବିତ ହୋଇଥିବା ୧୨ ଜଣ ସାଂସଦଙ୍କ ସହ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ ।

ଏହାରି ମଧ୍ୟରେ ରାଜ୍ୟସଭା ଓ ଲୋକସଭାର କାର୍ଯ୍ୟକାଳକୁ ଅନିଦ୍ଧିଷ୍ଠ କାଳ ପାଇଁ ସ୍ଥଗିତ କରାଯାଇଛି । ଏହି ଅଧିବେଶନରେ ବିଶେଷ ଭାବେ ଝିଅଙ୍କ ବାହାଘର ବୟସ ୧୮ ରୁ ୨୧ ବର୍ଷ କରାଯିବା ନେଇ ଉଭୟ ସଦନରେ ଏକ ବିଧେୟକ ପାରିତ ହୋଇଛି । ଏହା ସହ ନିର୍ବାଚନ ବିଧି ସଂଶୋଧନ ବିଧେୟକକୁ ବି ସୋମବାର ଦିନ ଲୋକସଭାରେ ମଞ୍ଜୁରୀ ମଳିଛି ।

Related Posts