ଅସୁସ୍ଥ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ସେପଟେ ଏତେ ଦିନ ଅନୁପସ୍ଥିତିକୁ ନେଇ ରାଜନୀତି ସରଗରମ

ଅସୁସ୍ଥ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ପାଖା ପାଖି ୪୫ ଦିନ ହେବ ସମସ୍ତ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରେଇ ଅଛନ୍ତି । ତାଙ୍କ ଗଳାରେ ଅପରେଶନ ହୋଇଥିବାରୁ ସେ ମେଡିକାଲରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଦେଢମାସ ହେବ ନିଜ ଦପ୍ତରକୁ ନ ଆସିବା ନେଇ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ବୟାନ ଦେଇଛନ୍ତି । ସେ କହିଛନ୍ତି କି ମୁଖ୍ୟମନ୍ତ୍ରୀ ସୁସ୍ଥ ହେବା ପର୍ଯ୍ୟନ୍ତ ପଦଭାର କାହା ହାତକୁ ଦିଅନ୍ତୁ । ସେ କହିଛନ୍ତି କି ମହାରାଷ୍ଟ୍ର ବିଧାନସଭାରେ ହେବାକୁ ଯାଉଥିବା ଶୀତକାଳୀନ ଅଧିବେସନରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ଠିକ୍ କଥା ନୁହେଁ । ପାଟିଲ ଆହୁରି କହିଛନ୍ତି କି ଯଦି ମୁଖ୍ୟମନ୍ତ୍ରୀଙ୍କର କଂଗ୍ରେସ କିମ୍ବା ଏନସିପି ଉପରେ ଭରଶା ନାହିଁ ତେବେ ନିଜ ପୁଅ ଆଦିତ୍ୟ ଠାକରେଙ୍କୁ ପଦଭାର ସମ୍ଭାଳିବାକୁ ଅନୁମତି ଦିଅନ୍ତୁ । ସେ କହିଛନ୍ତି କି ବିନା ମୁଖ୍ୟମନ୍ତ୍ରୀରେ ପ୍ରଶାସନ ଚାଲିବା ସମ୍ଭବ ନୁହେଁ ।

ସେପଟେ ତାଙ୍କର ଏହି ବୟାନ ପରେ ବିରୋଧୀ ଓ ଶାସକ ମୁହାଁମହିଁ ହୋଇଛନ୍ତି ।

Related Posts