ବିହାରର ରାଜଧାନୀ ପାଟଣାରେ ଏନଏମସିଏଚ୍‌ରେ ୮୪ ଜଣ ଡାକ୍ତର କରୋନା ସଂକ୍ରମିତ ଚିହ୍ନଟ

ବିହାରରେ ଭୟଙ୍କର ରୂପ ଧାରଣ କରି ମାଡି ମାଡି ଚାଲୁଛି କରୋନା ସଂକ୍ରମଣ | କରୋନା ସଂକ୍ରମଣ ହାର ଉପର ମୁହାଁ ରହିଛି | ରବିବାର ବିହାରର ରାଜଧାନୀ ପାଟଣାରେ ଏନଏମସିଏଚ୍‌ରେ ୮୪ ଜଣ ଡାକ୍ତର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ହସ୍ପିଟାଲରେ ୧୯୪ ଜଣ ଡାକ୍ତରଙ୍କ ଆରଟି-ପିସିଆର ଯାଞ୍ଚ କରାଯାଇଥିଲା।

ଏଥିରୁ ୮୪ ଜଣ ଡାକ୍ତର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏକକାଳୀନ ଏତେ ସଂଖ୍ୟାରେ ଡାକ୍ତର କରୋନା ପଜିଟିଭ ହେଇଥିବା ନେଇ ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିଯାଇଛି | ଆଗକୁ ଆହୁରି ସଂକ୍ରମଣ ସଂଖ୍ୟା ବଢିବା ନେଇ ଆଶଙ୍କା ଦେଖାଦେଇଛି |

Related Posts