ଦେଶରେ ବେକାବୁ କରୋନା ସଂକ୍ରମଣ | ପୁଣି ଦିନକରେ ଦେଶରୁ ୩ ଲକ୍ଷ ୬ ହଜାର ୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୪୯,୩୩୫ ହୋଇଯାଇଛି । ସେହିପରି ଦିନକରେ ୪୩୯ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୯ ହଜାର ୮୪୮ ରେ ପହଞ୍ଚିଛି ।

ସେହିପରି ୨ ଲକ୍ଷ ୪୩ ହଜାର ୪୯୫ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା ୨୨ ଲକ୍ଷ ୪୯ ହଜାର ୩୩୫ ରେ ପହଞ୍ଚିିଛି। ଦୈନିକ ପଜିଟିଭିଟି ହାର ୨୦.୭୫ ପ୍ରତିଶତ ରହିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ୮୪୮ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୩ କୋଟି ୯୫ ଲକ୍ଷ ୪୩ ହଜାର ୩୨୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ କୋଟି ୬୮ ଲକ୍ଷ ୪ ହଜାର ୧୪୫ ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ ୧୬୨ କୋଟି ୨୬ ଲକ୍ଷ ୭ ହଜାର ୫୧୬ ଜଣଙ୍କୁ ଟିକାଦାନ କରାଯାଇଛି। ସେଥିମଧ୍ୟରେ ୮୮ କୋଟି ୭୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୬୮ କୋଟି ୬୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।