ରାଜ୍ୟରେ କମୁଛି ସଂକ୍ରମଣ: ଆଜି ୭,୨୯୧ ପଜିଟିଭ ଚିହ୍ନଟ, ୫ ମୃତ

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ | ବଢୁଥିବା ସଂକ୍ରମଣ ହାର ଟିକେ କମିଛି | ଗତ କିଛି ଦିନ ତଳେ ଲଗାତାର ୧୦ ହଜାର ଉପରେ ଆସୁଥିବା ସଂକ୍ରମଣ ଏବେ କମିଛି | ଗତ ୨୪ ଘଟଣା ମଧ୍ୟରେ ରାଜ୍ୟରୁ ୭,୨୯୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏଥିସହ ୫ ଜଣଙ୍କ ମୁଣ୍ଡ ନେଇଛି କରୋନା |

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ ଜଣଙ୍କର ମୃତ୍ୟୁ ଘିଟିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୫୨୫ରେ ପହଁଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ ମୃତକଙ୍କ ମଧ୍ୟରେ ବାଲେଶ୍ବର, ଭୁବନେଶ୍ୱର, କଟକ ଓ କେଉଁଝର, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି ।

ଆଜି ୭,୨୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୨୨୬ ଓ ସ୍ଥାନୀୟ ଅଞ୍ଚଳରୁ ୩୦୬୫ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୯୫୪ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୧ ହଜାର ୯୫୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୨୧ ହଜାର ୬୦୮ ରହିଥିବା ବେଳେ ୮୧ ହଜାର ୭୬୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛିଦିନ ତଳେ ସଂକ୍ରମଣ ୧୫ରୁ ୨୦ଟି ଜିଲ୍ଲା ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହା ରାଜ୍ୟବ୍ୟାପୀ ମାଡ଼ିଗଲାଣି ।

Related Posts