ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ କରୋନା: ୭ ଭାରତୀୟ ଖେଳାଳି କରୋନା ସଂକ୍ରମିତ ଚିହ୍ନଟ

ଦେଶରେ କରୋନା ନିଜ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ, ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପଶିଛି କରୋନା | ୭ ଜଣ ଭାରତୀୟ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। RTPCR ଟେଷ୍ଟ ପରେ ଖେଳାଳିମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନେଇ ବ୍ୟାଡ୍‌ମିଣ୍ଟନ ୱାର୍ଲଡ୍‌ ଫେଡ୍‌ରେସନ୍‌ (BWF) ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ଖେଳାଳିଙ୍କ RTPCR ଟେଷ୍ଟ ହୋଇଥିଲା। ପଜିଟିଭ୍‌ ଚିହ୍ନଟ ସମସ୍ତ ୭ ଜଣ ଖେଳାଳି ଏବେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଥିବା ଜଣାପଡ଼ିଛି । ଯଦିଓ ୭ଜଣ ଖେଳାଳି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ତେବେ ମେନ୍‌ ଡ୍ର’ରେ ତାଙ୍କ ବଦଳରେ କୌଣସି ଖେଳାଳିଙ୍କୁ ସୁଯୋଗ ଦିଆଯିବ ନାହିଁ। କରୋନା ସଂକ୍ରମିତ ଖେଳାଳିଙ୍କ ପ୍ରତିଦ୍ୱନ୍ଦୀ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ ବୋଲି ସୂଚନା ମିଳିଛି।

Related Posts