ଭାବ ବିହୁଳ ହେଲେ ବିରାଟ କୋହଲି ! ଛାଡ଼ିଲେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ

ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି କୋହଲି ।ଦକ୍ଷିଣଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ପରାଜୟ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି । ତେବେ ଇସ୍ତଫା ନେଇ ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ବିରାଟ । ଏବଂ ଏହା ସହ ଟ୍ୱିଟରେ ସେ ଏକ ବାର୍ତ୍ତା ମଧ୍ୟ ଲେଖିଛନ୍ତି ।

ବିରାଟ ଏହି ଟୁଇଟରେ ଲେଖିଛନ୍ତି, ଗତ ସାତ ବର୍ଷ ଧରି ମୁଁ କଡା ପରିଶ୍ରମ ଓ ଟିମକୁ ଠିକ୍ ଦିଗ ଦେଖାଇବାକୁ ପ୍ରୟାସ କରିଥିଲି । ମୁଁ ନିଜର କାମ ପୂରା ସଚ୍ଚୋଟତାର ସହ କରିଛି । ହେଲେ ସବୁ ଯାତ୍ରାର ଏକ ଅନ୍ତ ଥାଏ, ମୋ ପାଇଁ ଟେଷ୍ଟ ଅଧିନାୟକ ପଦ ଛାଡିବାର ଏହା ହିଁ ସଠିକ୍ ସମୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଯାତ୍ରାରେ ସେ ଅନେକ ଉତଥାନ ପତନ ଦେଖିଛନ୍ତି । ହେଲେ ସେ କୌଣସି ପ୍ରକାର ପ୍ରୟାସ ଛାଡିନାହାଁନ୍ତି । ମୁଁ ସବୁବେଳେ ମୋର ୧୨୦ ପ୍ରତିଶତ ଦେବାକୁ ଚେଷ୍ଟା କରିଛି ବୋଲି କୋହଲି ଲେଖିଛନ୍ତି । ଶେଷରେ ଅଧିନାୟକ ପଦରୁ ବିଦାୟ ନେବା ସହିତ ସେ ବିସିସିଆଇ, ଶାସ୍ତ୍ରୀ ଓ ଧୋନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related Posts