ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡ଼ି, ଜଣେ ମୃତ, ୭ ଗୁରୁତର

ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡ଼ି | ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୭ ଜଣ ଗୁରୁତର ଆହତ ହୋଇଛନ୍ତି | ସମସ୍ତ ଆହତଙ୍କୁ ଖଡିଆଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ନୂଆପଡା ଜିଲ୍ଲା ଖଡିଆଳ ଥାନା ସରଗାଦି ଠାରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ବଙ୍ଗୋମୁଣ୍ଡା ଥାନା ପାତଲପଡାରୁ ଖଡିଆଳ ଥାନା ସରଗାଦି ନୂଆପଡାକୁ ଆସୁଥିଲେ ବରଯାତ୍ରୀ । ହେଲେ ଖଡିଆଳ ଥାନା ସରଗାଦି ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ଗ୍ରସ୍ତ ପିକଅପ୍ ଭ୍ୟାନରେ ପାଖାପାଖି ୪୦ ରୁ ୫୦ ଲୋକ ଥିଲେ । ଯେଉଁଥିରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ନାମ ମୁକେଶ ବଚ୍ଛା ବୋଲି ଜଣା ପଡିଛି ।

Related Posts