ଭାରସାମ୍ୟ ହରାଇ କାରରେ ପିିିଟି ହେଲା ଟ୍ରକ, ଚାଲିଗଲା ୪ଜୀବନ, ୭ ଗୁରୁତର

ଭାରସାମ୍ୟ ହରାଇ କାର କୁ ଧକ୍କା ଦେଲା ଟ୍ରକ | ଫଳରେ ଅକାଳରେ ଚାଲିଗଲା ୪ ଜଣଙ୍କ ଜୀବନ | ଏଥିସହ ଆଉ ୭ ଜଣ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି | ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ଉଦ୍ଯାପିତ ହୋଇଛି | ରାଇଗଡ ଖୋପୋଲି ମୁମ୍ବାଇ ପୁନେ ଏକ୍ସପ୍ରେସ ୱେରେ ଘଟିଛି ଏହି ଭୟଙ୍କର ସଡକ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ କାରକୁ ପିଟିଦେଲା ଟ୍ରକ । ଦୁର୍ଘଟଣାରେ ଅକାଳରେ ଚାଲିଯାଇଛି ୪ ଜଣଙ୍କ ଜୀବନ । ୭ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ରାଇଗଡରେ ଭୋର ପ୍ରାୟ ସାଢେ ୬ଟାରେ ଏହି ଦୁର୍ଘଟଣା ଘଟିଛି । ଏକ ଟ୍ରକ ନିୟନ୍ତ୍ରଣ ହରାଇ କାରରେ ପିଟି ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ୭ ଜଣ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଟିମ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରିଛି | ସମସ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ, ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି |

Related Posts