ପଞ୍ଜାବର ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ବିବାଦୀୟ ଟିପ୍ପଣୀକୁ ନେଇ କାଉଣ୍ଟର କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ: କଂଗ୍ରେସ ସର୍କସ’ରେ ମାଙ୍କଡ଼ ଭୂମିକା ଖାଲି ଅଛି….

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ର ସିଲସିଲା ଜାରି ରହିଥିବା ବେଳେ, ମହାମୁହିଁ ହୋଇଛନ୍ତି ପଞ୍ଜାବର ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମନ୍‌ନ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂ ଚନ୍ନି | ପଞ୍ଜାବର ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମନ୍‌ନ କଂଗ୍ରେସ ବିରୋଧରେ ଦେଇଥିବା ଟିପ୍ପଣୀକୁ ନେଇ କାଉଣ୍ଟର କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂ ଚନ୍ନି। ପଞ୍ଜାବର କଂଗ୍ରେସ ଏକ ‘ସର୍କସ’ ବୋଲି କଟାକ୍ଷ କରିଥିଲେ ଭଗୱନ୍ତ ମନ୍‌ନ। ଯାହାର ପ୍ରତି ଉତ୍ତରରେ କହିଛନ୍ତି ଯେ, ‘କଂଗ୍ରେସ ସର୍କସ’ରେ ରେ ମାଙ୍କଡ଼ ଭୂମିକା ଖାଲି ରହିଛି। ସେମାନେ ଚାହିଁଲେ ଯୋଗ ଦେଇ ପାରିବେ। ଆମେ ତାଙ୍କୁ ସ୍ୱାଗତ କରୁଛୁ। ସେମାନେ ଚାହିଁଲେ ଦିଲ୍ଲୀ, ହରିୟାଣା କିମ୍ବା ୟୁପିରେ ଯୋଗ ଦେଇ ପାରିବେ। ପଞ୍ଜାବ ନିର୍ବାଚନ ପୂର୍ବରୁ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମନନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲଙ୍କ ସହ ମିଶି ଏକ ସାମ୍ବାଦିକ ସମ୍ମିନୀ କରିଥିଲେ। ଭଗୱନ୍ତ କହିଥିଲେ ଯେ, ପଞ୍ଜବାରେ କଂଗ୍ରେସ ଦଳ ହେଉଛି ଏକ ସର୍କସ। ସେ କହିଥିଲେ ଯେ, ଉଭୟ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ଚନ୍ନି ପରାଜିତ ହେବେ।

ସେଠାରେ ତାଙ୍କୁ ଆପ୍‌ ପରାସ୍ତ କରିବ। ଚନ୍ନି କେବେ ବିଧାୟକ କିମ୍ବା ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଭଗୱନ୍ତ କହିଛନ୍ତି। ଚଳିତ ନିର୍ବାଚନ ଜନମତ କଂଗ୍ରେସ ସପକ୍ଷରେ ଯିବ ବୋଲି ଚନ୍ନି କହିଛନ୍ତି । ଆପକୁ ‘କାଲା ଅଂରେଜ୍‌’ କହିବା ସହ ବ୍ରିଟିସରଙ୍କ ସହ ତୁଳନା କରିଛନ୍ତି ଚନ୍ନି। କହିଛନ୍ତି ବ୍ରାଉନ୍‌ ବ୍ରିଟିସର ମାନେ ପଞ୍ଜାବକୁ ଲୁଟ୍‌ କରିବା ପାଇଁ ଆସିଛନ୍ତି। ରାଘବ ଚଢ଼ା ଏବଂ ୫୦୦୦ ବାହାର ଲୋକ ପଞ୍ଜାବରେ ନିର୍ବାଚନ ଲଢ଼ିବା ପାଇଁ ପ୍ରବେଶ କରିଛନ୍ତି ।

ସେହିପରି ଭଗୱନ୍ତ ମନନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚନ୍ନି। ଚନ୍ନି କହିଛନ୍ତି ଯେ, ଭଗଓନ୍ତ ମାତ୍ର ଦ୍ୱାଦଶ ପାସ୍ କରିଛନ୍ତି । ସେହିପରି କେଜ୍ରିୱାଲଙ୍କ ବିଷୟରେ ମନ୍ତବ୍ୟ ଦେଇ ଚନ୍ନି କହିଛନ୍ତି ଯେ, ତାଙ୍କ ଘର ହରିୟାଣାରେ। କିନ୍ତୁ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Related Posts