ଭିଜିଲାନ୍ସ ଜାଲରେ କୋଟିପତି ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସୁକାନ୍ତ ଜେନା

ଏଥର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଜଣେ କୋଟିପତି ଡାକ୍ତର । ପୁରୀ ଜିଲ୍ଲା ଚାରିଛକ ସିଏଚସିର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସୁକାନ୍ତ ଜେନା | ଲାଞ୍ଚ ନେବା ସମୟରେ ଧରା ପଡିବା ପରେ ଗୋଟିଏ ପରେ ଗୋଟିଏ ଗୁମର ଉପରୁ ପରଦା ଉଠିଥିଲା | ଚଢ଼ାଉ ବେଳେ, ତାଙ୍କ ଘରୁ ନଗଦ ୧ କୋଟି ୧୨ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଆଜି ଜଣେ ପ୍ରସୂତିଙ୍କ ସିଜିରିଆନ ଅପରେସନ କରିବା ପାଇଁ ଡାକ୍ତର ସୁକାନ୍ତ ଜେନା ୮ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡିଥିଲେ । ଏହାପରେ ଭୁବନେଶ୍ୱର ଇନଫୋସିଟି ଥାନା ଅଂଚଳ କଳାରାହାଙ୍ଗର କସମୋ-ଡୁପ୍ଲେକ୍ସ ସ୍ଥିତ ଘରେ ଚଢାଉ କରିଥିଲେ ଭିଜିଲାନ୍ସ ଅଧିକାରୀ ।

ଡାକ୍ତର ସୁକାନ୍ତଙ୍କ ଘରୁ ନଗଦ ୧ କୋଟି ୧୨ଲ କ୍ଷ ଟଙ୍କା ଦେଖି ସମସ୍ତେ କାବା ହୋଇଯାଇଥିଲେ । ଏଇ ନିକଟରେ ଭିଜିଲାନ୍ସ ଯେତେ ଚଢାଉ କରିଛି, ସବୁଠୁ ଅଧିକ ନଗଦ ରାଶି ଜବତ ହୋଇଛି, ଡାକ୍ତର ସୁକାନ୍ତଙ୍କ ଘରୁ । ପ୍ରଶ୍ନ ହେଉଛି, ଡାକ୍ତରଙ୍କ ପାଖରେ ଏତେ ଟଙ୍କା ଆସିଲା କେଉଁଠୁ ? ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ହୋଇ ଏତେ ଟଙ୍କା ଆୟ କରିବା ସମ୍ଭବ କି ? ଜଣେ ଡାକ୍ତର ଏତେ ଟଙ୍କା ଜମା ରଖିବାକୁ ହେଲେ ଦୀର୍ଘ ବର୍ଷ ଲାଗିଯିବ ? ତେଣୁ ଡାକ୍ତରଙ୍କ ପାଖରେ ଜବତ ଟଙ୍କା କେଉଁଠୁ ଆସିଲା ତାର ରହସ୍ୟ ଭେଦ କରିପାରିବ ତ ଭିଜିଲାନ୍ସ |

Related Posts