ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲାର କାର୍ଯ୍ୟରତ କୋଟିପତି କନଷ୍ଟେବଳ: କିଛି ଦିନ ପୂର୍ବରୁ ସେ ଚାକିରିରୁ ଅବସର ନେବାପାଇଁ କରିଥିଲେ ଆବେଦନ

ଭିଜିଲାନ୍ସ ଜାଲରେ ଛଂଦି ହୋଇଛନ୍ତି ମୟୂରଭଞ୍ଜ ଜିଲାରେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ନୀହାର ରଞ୍ଜନ ଦଣ୍ଡପାଟ | ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆୟବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। କଟକ ଭିଜିଲାନ୍ସ ସେଲ ପକ୍ଷରୁ ତାଙ୍କର ପୈତୃକ ଘର, ଶ୍ୱଶୁର ଘର, ନିଜସ୍ବ ଘର, ବ୍ୟବସାୟ ପ୍ରତିଷ୍ଠାନରେ ଏକକାଳୀନ ଚଢ଼ାଉ ଜାରିରହିଛି।

ଭିଜିଲାନ୍ସର ୬ଟି ଟିମ୍‌ରେ ୩୫ ଜଣ ଅଫିସର ଜିଲାର ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବିଶେଷ ସୂତ୍ରରୁ ସୂଚନାମିଳିଛି। କନଷ୍ଟେବଳ ନୀହାରଙ୍କ ପରିବାର ନାଁରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ରହିଥିବା ବେଳେ ଅନେକ ଚାରିଚକିଆ ଓ ଦୁଇଚକିଆ ଗାଡ଼ି ମଧ୍ୟ ରହିଛି । ବାରିପଦା ସହରର ଭଞ୍ଜପୁରଠାରେ ଥିବା ଏକ ୩ ମହଲା କୋଠା, ଗୋଟିଏ ଦୋକାନ ଘର, ପୈତୃକ ଗାଁ ଘରେ ଚଢ଼ାଉ ଜାରି ରହିଛି । କନଷ୍ଟେବଳ ଜଣକ ଦୀର୍ଘ ଦିନରୁ ଭିଜିଲାନ୍ସଙ୍କ ସ୍କାନରରେ ଥିଲେ । ଏବେ ମୟୂରଭଞ୍ଜ ପୋଲିସ ଏସ୍‌ପିଙ୍କ କାର୍ଯାଳୟରେ ସେ କାର୍ଯ୍ୟରତ ଅଛନ୍ତି । କିଛି ଦିନ ପୂର୍ବରୁ ସେ ଚାକିରିରୁ ଅବସର ନେବାପାଇଁ ଆବେଦନ କରିଥିଲେ ।

Related Posts