ପୂର୍ବ ଶତ୍ରୁତାର ପ୍ରତିଶୋଧ ନେଲା ପଡ଼ୋଶୀ: ଘରେ ସମସ୍ତେ ଶୋଇଥିବା ସମୟରେ ଲଗାଇଦେଲେ ନିଆଁ

ଉଦଳା : ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କଳିଅଳମ ପଞ୍ଚାୟତ ନୂଆସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ରାତିରେ ଘରେ ସମସ୍ତେ ଶୋଇଥିବା ସମୟରେ ପୂର୍ବ ଶତ୍ରୁତାର ପ୍ରତିଶୋଧ ନେଇଛି ପଡ଼ୋଶୀ। ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇ ଦେଇ ଚମ୍ପଟ ମାରିଛି । ପରିବାରର ବାପା, ମା’ ଓ ଝିଅ ଶୋଇଥିବା ସମୟରେ ଏଭଳି ଘଟଣା ଘଟିଛି । ନିଆଁରେ ପୋଡ଼ି ଅର୍ଜୁନ ଦଣ୍ଡପାଟ ଓ ତାଙ୍କ ସ୍ତ୍ରୀ ସୁମତି ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ଅର୍ଜୁନଙ୍କ ଝିଅର କିଛି ହୋଇ ନାହିଁ। ଘଟଣାପରେ ପଡ଼ୋଶୀ ବିଶିକେଶନ ଭୂୟାଁ ଫେରାର ହୋଇଯାଇଛନ୍ତି।

ଅର୍ଜୁନଙ୍କର କୌଣସି କଥାକୁ ନେଇ ବିଶିକେଶନଙ୍କ ସହିତ ପୂର୍ବ ଶତ୍ରୁତା ରହିଥିଲା। ଗତକାଲି ରାତିରେ ଅର୍ଜୁନ ତାଙ୍କ ସ୍ତ୍ରୀ ଓ ଝିଅ ଘରେ ଶୋଇଥିବା ଅବସ୍ଥାରେ ବିଶିକେଶନ ପେଟ୍ରୋଲ ଢାଳି ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ନିଆଁରେ ଅର୍ଜୁନ ଓ ତାଙ୍କ ସ୍ତ୍ରୀ ସୁମତି ଦଣ୍ଡପାଟ ଗୁରୁତର ହୋଇଥିଲେ। ହେଲେ ଝିଅର କିଛି ହୋଇନଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କପ୍ତିପଦା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Posts