ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ: ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ(ADM) | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସେଲ ପକ୍ଷରୁ ଚଢ଼ାଉ ହୋଇଛି | ଏଡିଏମ୍ ବିଶ୍ବଜିତ ମହାପାତ୍ର |

ଏଡିଏମ୍ ବିଶ୍ବଜିତ୍ ମହାପାତ୍ରଙ୍କ ହଂସପାଳ ଛକ ଆଚାର୍ଯ୍ୟ ହରିହର କଲେଜ ରୋଡରେ ଥିବା ଘର ସମେତ ୭ଟି ସ୍ଥାନରେ ରେଡ ଜାରି ରହିଛି | ଚାକରିରୁ ଅବସର ନେବା ପାଇଁ ୧୭ ଦିନ ବାକି ଥିବା ବେଳେ, ଆଜି ସକାଳୁ ସକାଳୁ ଭିଜିଲାନ୍ସ। ପକ୍ଷରୁ ଚଢ଼ାଉ ହୋଇଛି | ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଶ୍ୱଜିତଙ୍କ ସୁନ୍ଦରଗଡ଼ ଅଫିସ୍ ଓ ଘର ସମେତ ଭୁବନେଶ୍ୱର ସ୍ଥିତ ବାଲିଅନ୍ତା ଘର, ନୟାପଲ୍ଲୀରେ ଥିବା ଫ୍ଲାଟ୍‌, ଜଗତସିଂହପୁରରେ ଥିବା ପୈତୃକ ଘର, ମଣିଜଙ୍ଗାରେ ଥିବା ଜଣେ ସମ୍ପର୍କୀଙ୍କ ଘର ଓ ରାଜଗାଙ୍ଗପୁରରେ ଥିବା ଅନ୍ୟ ଏକ ସମ୍ପର୍କୀୟଙ୍କ ଘରେ ଏହି ଚଢ଼ାଉ କରାଯାଇଛି।

ଦୀର୍ଘଦିନ ହେଲା ବିଶ୍ୱଜିତ ମହାପାତ୍ର ଭିଜିଲାନ୍ସ ସ୍କାନରରେ ଥିଲେ। ତାଙ୍କ ନାଁରେ ଅନେକ ଅଭିଯୋଗ ହୋଇଥିଲା। ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଥିବା ବେଳେ ସେ ଏମ୍‌ସିଏଲର ବିସ୍ଥାପିତଙ୍କୁ ଟଙ୍କା ପ୍ରଦାନରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା।

ଜଣେ ଆରଆଇଙ୍କ ମାଧ୍ୟମରେ ସେ ବିସ୍ଥାପିତଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଭିଜିଲାନ୍ସ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ୍‌ ତଦନ୍ତ କରି ଆଜି ସକାଳେ ବିଶ୍ୱଜିତଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ କରିଛି। ଚଢ଼ାଉ ଚାଲିଥିବାରୁ ସମ୍ପୂର୍ଣ୍ଣ ସମ୍ପତ୍ତିରେ ଆକଳନ କରାଯାଇ ନାହିଁ।

ବିଶ୍ୱଜିତ ଫେବ୍ରୁଆରୀ ୨୮ ତାରିଖରେ ଚାକିରିରୁ ଅବସର ନେଇଥାନ୍ତେ |

Related Posts