ବରଗଡ଼ ପଦ୍ମପୁରରେ ରାଜନୈତିକ ହିଂସାକାଣ୍ଡ: ଜଣେ ଗୁରୁତର

ବରଗଡ଼ ପଦ୍ମପୁରରେ ରାଜନୈତିକ ହିଂସାକାଣ୍ଡ ଘଟିଛି । ଏହି ହିଂସାକାଣ୍ଡରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗତକାଲି ରାତିରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଦହିତା କୁମ୍ଭାରପଡ଼ା ଠାରେ ପଂଚାୟତ ନିର୍ବାଚନ ପାଇଁ ବୈଠକ ବସିଥିବା ସମୟରେ ଏଥିରେ ସ୍ୱାଧୀନ ପ୍ରାର୍ଥୀ କ୍ଷୀରୋଦ ନାୟକ ଓ ସମିତି ସଭ୍ୟ ବସୁଦେବ ପାଣ୍ଡେ ଯୋଗଦେଇଥିଲେ ।

ଏହି ସମୟରେ ବିଜେଡ଼ିର କିଛି ଲୋକ ଯଥା କଳାକାହ୍ନୁ ବାଗ, କଳ୍ପ ବାଗ ବୈଠକକୁ ଭଣ୍ଡୁର କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସେହି ସାହିର ଯୁବକ ସରୋଜ ବାଗ ପ୍ରତିବାଦ କରିବାରୁ କିଛି ଲୋକ ତାଙ୍କ ଘରକୁ ଯାଇ ତାଙ୍କ ବାପା ମା’ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହତଙ୍କୁ ପ୍ରଥମେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି |

Related Posts