ଉତ୍ତରପ୍ରଦେଶର ଉନ୍ନାଓରେ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି ଅଖିଳେଶ ଯାଦବ | ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଘୋଷଣା କରିଛନ୍ତି | ଷଣ୍ଢ ଆକ୍ରମଣରେ ଯଦି କାହାର ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦିଆଯିବ । ସେହିପରି ସାଇକେଲ ଦୁର୍ଘଟଣାରେ ମୃତ୍ୟୁ ହେଲେ ମୃତକ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇବ ସମାଜବାଦୀ ପାର୍ଟି ।’
୨୦୨୨ ମସିହାରେ ସମାଜବାଦୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି ବୋଲି ଭବିଷ୍ୟତବାଣୀ କରିଛନ୍ତି ଅଖିଳେଖ । ଉନ୍ନାଓରୁ ବିପ୍ଲବ ହେବ ଓ ୨୨ରେ ପରିବର୍ତ୍ତନ ହେବ ।
