ଭୁବନେଶ୍ବର,(ସତ୍ୟପାଠବ୍ୟୁରୋ): ମହାନଦୀ ଜଳ ବିବାଦ ନେଇ ଆଲୋଚନା ଚାଲିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଏଥିରେ ହସ୍ତକ୍ଷେପ କରୁଛନ୍ତି। ତାଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ କରାଯାଉଥିବା କହିଛନ୍ତି ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ। କୋର୍ଟରେ ଯେହେତୁ ମାମଲା ଚାଲିଛି ସମାଧାନ ପାଇଁ କିଛିଟା ବିଳମ୍ବ ହେଉଛି। ପୂର୍ବର ସରକାର ମହାନଦୀ ପାଇଁ ଏକ ସାମାଜିକ ଅପରାଧ କରିଛନ୍ତି । ମହାନଦୀ ପାଇଁ କୌଣସି ଯୋଜନା ପ୍ରସ୍ତୁତ ନକରି ୱାଟର କମିଶନଙ୍କ ନିକଟରେ ଧାରଣା ଦେଲେ। ଶେଷରେ ଆଗମୀ ୧୦୦ବର୍ଷ ପାଇଁ ମହାନଦୀର ସ୍ବାର୍ଥକୁ ନ ଦେଖି କୋର୍ଟରେ କେଶ କରିଲେ। ବିଧାନସଭାରେ ସେତେବେଳେ ଉତ୍ତର ରଖିଲେ ମହାନଦୀ ପାଇଁ କୌଣସି ଯୋଜନା ନାହିଁ। ବ୍ୟାରେଜଟିଏ ବି ନିର୍ମାଣ କରି ନାହାନ୍ତି। କିଛି ନକରି ପୂର୍ବ ସରକାର କୋର୍ଟରେ କେଶ କରିଦେଲେ ବୋଲି କହିଛନ୍ତି ଶ୍ରୀ ସାମଲ। ରାଜନୈତିକ କାର୍ଯ୍ୟକଳାପ ରାଜ୍ୟର ସ୍ବାର୍ଥ ପାଇଁ ହେବା କଥା। ହେଲେ କିଛି ନ କରି ଖାଲି ଦୋଷ ଲଦିଲେ ପୂର୍ବ ସରକାର। ସେମାନେ ଅନୁଭବୀ, ୧୫ ବର୍ଷ ଧରି ଏକାକୀ ସରକାର କଲେ, ରାଜ୍ୟ ବିଷୟରେ ଭାବିବା କଥା। ତାଙ୍କ ଉପରେ କୌଣସି ଚାପ ନ ଥିବାସତ୍ତ୍ବେ ସେ ଭୁଲ ନିଷ୍ପତ୍ତି ନେଇଛନ୍ତି ବୋଲି କହି କଡ଼ା ସମାଲୋଚନା କରିଛନ୍ତି ଶ୍ରୀ ସାମଲ।