ଭୁବନେଶ୍ବର(ସତ୍ୟପାଠବ୍ୟୁରୋ)- ମହାନଦୀ ଜଳ ବିବାଦ ମାମଲାରେ ଆସିଛି ନୂଆ ଅପଡେଟ୍। ମହାନଦୀ ଜଳ ବଣ୍ଟନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ CWC ପକ୍ଷରୁ ଏକ ବୈଷୟିକ କମିଟି ଗଠନ କରାଯାଇଛି। କମିଟି ଉଭୟ ରାଜ୍ୟ ପକ୍ଷରୁ ଦିଆଯାଇଥିବା ତଥ୍ୟକୁ ନେଇ ବୈଷୟିକ ବିଶ୍ଲେଷଣ କରୁଛି। ମହାନଦୀ ଟ୍ରିବ୍ୟୁନାଲ୍ ର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ ହେବ।
ଏନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ। ଉଭୟ ରାଜ୍ୟ ନିଜ ନିଜ ଚାହିଦା ଓ ଆବଶ୍ୟକତା ସମ୍ପର୍କିତ ତଥ୍ୟ CWC ନିକଟରେ ପ୍ରଦାନ କରିଥିବା ସେ କହିଛନ୍ତି। ମହାନଦୀ ଜଳ ବିବାଦର ସମାଧାନ ନେଇ ଆଶା ଉଜ୍ଜ୍ୱଳ ହୋଇଛି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ ଆଲୋଚନା ମାଧ୍ୟମରେ ସମାଧାନର ବାଟ ଫିଟିବ ବୋଲି ଆଶା ପ୍ରକାଶ କରିଛନ୍ତି ଆଡଭୋକେଟ୍ ଜେନେରାଲ୍।
