ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବ୍ରିଜ ଉପରୁ ତଳକୁ କାର୍ ଖସିବା ଫଳରେ ୭ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବ୍ରିଜ ଉପରୁ ୫୦ ଫୁଟ ତଳକୁ ଖସିଲା କାର । ଅକାଳରେ ଚାଲିଗଲା ୭ ଜୀବନ । ମହାରାଷ୍ଟ୍ରର ୱାର୍ଦ୍ଧା ୟାବାତମାଲ ରୋଡରେ ଘଟିଛି ଏହି ମର୍ମତୁଦ ସଡକ ଦୁର୍ଘଟଣା । ଅଘଟଣରେ ପ୍ରାଣ ହରାଇଥିବା ସମସ୍ତେ ଡାକ୍ତରୀ ଛାତ୍ର ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡିଛି ।

ସୂଚନାଅନୁସାରେ, ୱାର୍ଦ୍ଧା ଜିଲ୍ଲା ସେତସୁରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏକ ଜାଇଲୋ କାର ଦେଓଲିରୁ ୱାର୍ଦ୍ଧା ଅଭିମୁଖେ ଆସୁଥିବା ବେଳେ ସିଧାସଳଖ ବ୍ରିଜ ତଳକୁ ଖସି ପଡିଥିଲା । ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରିଜ୍ ଉପରୁ ତଳକୁ ଖସିପଡିଲା କାର । ଫଳରେ ଦୁର୍ଘଟଣାରେ ୭ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏମାନେ ସମସ୍ତ ମେଡିକାଲ ଛାତ୍ର । କାରଟି ବ୍ରିଜରୁ ଖସିପଡିବା ଦ୍ୱାରା ଦୁର୍ଘଟଣାର ଶିକାର ହୋଇଥିଲା । ଯେଉଁଥିରେ ୭ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି ।

ୱାର୍ଦ୍ଧାର ସେଲସୁରା ନିକଟରେ ଘଟିଛି ଏହି ଦୁର୍ଘଟଣା ।

ସୂଚନାଥାଉକି, ସାଭାଙ୍ଗିର ମେଡିକାଲ୍ କଲେଜର ଏହି ଛାତ୍ରମାନେ ଦବେଲୀରୁ ୱାର୍ଦ୍ଧା ଅଭିମୁଖେ ଯାଉଥିଲେ । ତେବେ କୌଣସି କାରଣରୁ ବା ଭାରସାମ୍ୟ ହରାଇ କାରଟି ପୋଲ ତଳକୁ ଖସିପଡିଥିଲା । ସମସ୍ତ ମୃତକ ହେଲେ ନୀରଜ ଚୌହାନ ପ୍ରଥମ ବର୍ଷ ଏମବିବିଏସ ଛାତ୍ର, ନିତେଶ ସିଂ 2015 MBAS ଇଣ୍ଟନ, ବିବେକ ନନ୍ଦନ 2018 MBBS ଶେଷ ବର୍ଷ ଛାତ୍ର , ପ୍ରତ୍ୟୁଷ ସିଂ 2017, MBBS ଶେଷବର୍ଷ ଛାତ୍ର, ଶୁଭମ ଜୈସୱାଲ 2017 MBBS ଶେଷବର୍ଷ ଛାତ୍ର, ପୱନ ଶକ୍ତି 2020 MBBS ଶେଷ ବର୍ଷ ଛାତ୍ର ।

Related Posts