ମିସ୍‌ ୟୁଏସ୍‌ଏ ୨୦୧୯ ବିଜେତା ଚେଲ୍‌ସି କ୍ରିଷ୍ଟଙ୍କ ଆତ୍ମହତ୍ୟା

ଆଖି ବୁଜିଲେ ମିସ୍‌ ୟୁଏସ୍‌ଏ ବିଜେତା। ୬୦ ମହଲା ଉପରୁ ଡେଇଁ ଆତ୍ମହତ୍ୟା କଲେ ଏହି ସୁନ୍ଦରୀ। ମିସ୍‌ ୟୁଏସ୍‌ଏ ୨୦୧୯ ବିଜେତା ଚେଲ୍‌ସି କ୍ରିଷ୍ଟ । ପେଶାରେ ଓକିଲ ଥିବା ଏହି ଆମେରିକୀୟ ମଡେଲ ଆଜି ସକାଳୁ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା। ଚେଲ୍‌ସିଙ୍କ ମୃତ୍ୟୁ ଖବରକୁ ନେଇ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ ସାନ୍ଧୁ ଦୁଃଖ ପ୍ରକାଶ କରିଛନ୍ତି।

୨୦୨୧ର ମିସ୍‌ ୟୁନିଭର୍ସ ବିଜେତା ହରନାଜ ସାନ୍ଧୁ ଚେଲ୍‌ସିଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡିଛନ୍ତି। ନିଜ ଇନଷ୍ଟାଗ୍ରାମରେ ଏକ ଇମୋସନାଲ ପୋଷ୍ଟ ମଧ୍ୟ ଲେଖିଛନ୍ତି। ସେ ଚେଲ୍‌ସିଙ୍କ ସହ ନିଜର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘ଏହା ଏକ ଅବିଶ୍ୱସନୀୟ ଖବର। ଏହି ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଆପଣ ଅନେକ ଲୋକଙ୍କ ପାଇଁ ପ୍ରେରଣା ଥିଲେ। ଈଶ୍ୱର ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।’

ଡେଲିମେଲ୍‌ର ଖବର ମୁତାବକ, ଚେଲ୍ସି ୬୦ ମହଲା ବିଲ୍ଡଂର ୨୯ତମ ଫ୍ଲୋରରୁ ଡେଇଁ ଆଜି ସକାଳେ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଘଟଣା ସ୍ଥଳରେ ମୃତ ଘୋଷଣା କରାଯାଇଛି। ଓରିୟନ୍‌ ବିଲ୍ଡିଂର ୯ତମ ଫ୍ଲୋର୍‌ରେ ତାଙ୍କ ଫ୍ଲାଟ ଥିଲା। ଗତ ବର୍ଷ ଡିସେମ୍ବରରେ ମିସ୍‌ ୟୁନିର୍ଭସ ବିଜେତା ହେବା ପରେ ହରଜାନ ସାନ୍ଧୁଙ୍କ ସାକ୍ଷାତକାର ନେଇଥିଲେ ଚେଲ୍‌ସି।

ତେବେ ସେ କାହିଁକି ଆତ୍ମହତ୍ୟା କଲେ ତା’ର କାରଣ ଏଯାଏଁ ଜଣାପଡି ନାହିଁ। ପୁଲିସ ମୃତେଦହ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଚେଲ୍‌ସିଙ୍କ ହଠାତ୍‌ ଏଭଳି ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଛି। ତାଙ୍କ ପରିବାର ଓ ଫ୍ୟାନମାନେ ସ୍ତବ୍ଧ ହୋଇଯାଇଛନ୍ତି ।

Related Posts