ମିସ ଇଣ୍ଡିଆ ହେବେ ଉତ୍ତରାଖଣ୍ଡରେ କଂଗ୍ରେସ ପ୍ରାର୍ଥୀ !

ଉତ୍ତରଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ମାହୋଲ ସରଗରମ୍ ଥିବା ବେଳେ, ଆଜି କଂଗ୍ରେସ ପକ୍ଷରୁ ଘୋଷଣା କରାଯିବ ପ୍ରାର୍ଥୀ ତାଲିକା । ତେବେ କଂଗ୍ରେସ୍ ନିର୍ବାଚନୀ ମଇଦାନ କୁ ମିସ ଇଣ୍ଡିଆ ଅନୁକ୍ରିତି ଗୋସାଇଁଙ୍କୁ ଟିକେଟ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
ଅନୁକ୍ରିତି ହେଉଛନ୍ତି ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ହରକସିଂ ରାୱତଙ୍କ ବୋହୂ । କେବଳ ସେତିକି ନୁହେଁ ଅନୁକ୍ରିତି ଜଣେ ମଡେଲ ଓ ମିସ୍ ଇଣ୍ଡିଆ ପ୍ରତିଯୋଗିତା ବି ଜିତି ସାରିଛନ୍ତି । ଅନ୍ୟପଟେ ସେ ଗତକାଲି କଂଗ୍ରେସରେ ଯୋଗ ଦେଇଛନ୍ତି । ଅନୁକ୍ରିତିଙ୍କ ଜନ୍ମ ୧୯୯୪ ମସିହାରେ ଉତ୍ତରଖଣ୍ଡର ଗଡବାଲ ଠାରେ ହୋଇଥିଲା । ସେ ଆର୍ମି ପବ୍ଲିକ ସ୍କୁଲ ଲ୍ୟାସଡୋନ ଠାରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ରେ ଡେରାଡୁନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀରେ ବି,ଟେକ ସମାପ୍ତ କରିଛନ୍ତି । ଏହାସହ ସେ ୨୦୧୩ ମସିହାରେ ମିସ୍ ଇଣ୍ଡିଆ ଜିତିଛନ୍ତି । ଅନ୍ୟପଟେ ସେ ୨୦୧୪ ମସିହାରେ ଟାଇମ-୫୦ ତାଲିକାର ୪୯ ନମ୍ବର ସ୍ଥାନରେ ରହିଥିଲେ । ସେ ୨୦୧୮ ମସିହାରେ ହରକସିଂ ରାୱତଙ୍କ ପ୍ରୁଅ ପୁଷ୍ପିତ ରାୱତଙ୍କୁ ବିବାହ କରିଥିଲେ ।

ହରକ ସିଂ ପ୍ରଥମେ ଉତ୍ତରଖଣ୍ଡ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ । ହେଲେ ୬ ବର୍ଷ ପୂର୍ବେ ଏକ ଘଟଣା କ୍ରମେ ସେ ବିଜେପିରେ ଯୋଗ ଦେଇଥିଲେ । ହେଲେ ଗତକାଲି ସେ ବିଜେପି ଛାଡି ନିଜ ବୋହୂ ଅନୁକ୍ରିତିଙ୍କ ସହ ପୁଣି କଂଗ୍ରେସରେ ସାମିଲ ହୋଇଛନ୍ତି । ଏନେଇ ଆଶା କରାଯାଉଛି କି ଅନୁକ୍ରିତିଙ୍କୁ କଂଗ୍ରେସ ଉତ୍ତରଖଣ୍ଡର କୌଣସି ବି ଆସନରୁ ପ୍ରାର୍ଥୀ କରିପାରେ ।

ଚଳିତ ନିର୍ବାଚନ ରେ କଂଗ୍ରେସ ବିଜେପି କୁ ମାତ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ପୁଣି ଥରେ ଗାଦି କୁ ଫେରିବା ପାଇଁ ପ୍ରୟାସ ଜାରି ରଖିଛି ।

Related Posts