ଢେଙ୍କାନାଳ, (ସତ୍ୟପାଠବ୍ୟୁରୋ): ଭରା ନାଳରେ ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆଖୁଆପାଳ ପଞ୍ଚାୟତ ଝରାପାଳ ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ଖଟିଆରେ ଭରା ନାଳରେ ବୁହା ହେଲା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଭାଇଙ୍କର ଶବ। ଭରା ନାଳରେ ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆଖୁଆପାଳ ପଞ୍ଚାୟତ ଝରାପାଳ ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ଖଟିଆରେ ଭରା ନାଳରେ ବୁହା ହେଲା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଭାଇଙ୍କର ଶବ। ଦଦରାଘାଟି ଡ୍ୟାମ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଭାଇ ଗଣେଶ୍ୱର ସିଂହ ଓ ରଞ୍ଜନ ସିଂହଙ୍କ ମୃତ୍ୟୁ ଘଟିଥିଲା। ସୂଚନା ଅନୁସାରେ, ଏହି ଦୁଇ ଭାଇଙ୍କୁ ମିଶାଇ ମୋଟ ତିନି ଜଣ ଗୋଟିଏ ବାଇକରେ ଘରକୁ ଫେରୁଥିବାବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗଣେଶ୍ୱର ଓ ପରେ ରଞ୍ଜନଙ୍କ ମୃତ୍ୟୁ ଘଟିଥିବାବେଳେ ଅଜୟ ମୁଣ୍ଡା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତଦେହ ଦୁଇଟିକୁ ଗାଁକୁ ଆଣିବା ସମୟରେ ଆଉ ଏକ ସମସ୍ୟା ସାମ୍ନାକୁ ଆସିଥିଲା। ବଗଛେରା ନାଳରେ ପାଣି ଭରିଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇ ପାରିନଥିଲା। ଫଳରେ ସମାଜସେବୀ ସମୀର ଚନ୍ଦ୍ର ସାହୁ ଓ ଗ୍ରାମବାସୀଙ୍କ ସହଯୋଗରେ ଖଟିଆରେ ମୃତଦେହ ଦୁଇଟିକୁ ବୋହି ଗାଁକୁ ନିଆଯାଇଥିଲା।