ମୋତେ ଭୋଟ ଦିଅ, କଙ୍ଗନାଙ୍କ ଗାଲ ପରି ଚିକଣ କରିଦେବି ରାସ୍ତା: ବିବାଦରେ ବିଧାୟକ

ବିବାଦରେ କଂଗ୍ରେସ ବିଧାୟକ ଡ ଇରଫାନ ଅନସାରୀ | ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସମ୍ପର୍କରେ ଏକ ବୟାନ ଦେଇ ବିବାଦରେ ସେ ଛନ୍ଦି ହୋଇଛନ୍ତି । ପୂର୍ବରୁ ଅନେକ ରାଜନେତା ଅଭିନେତ୍ରୀଙ୍କ ଗାଲ ଠାରୁ ଆହୁରି ଚିକ୍କଣ ରାସ୍ତା ନିର୍ମାଣ କରିବେ କହି ବିବାଦରେ ଛନ୍ଦି ହୋଇଥିବା ବେଳେ, ଏବେ ପୁଣି ସେହି ସମାନ ବୟାନ ଦୋହରାଇଛନ୍ତି ଇରଫାନ।

ଜାମତାରା କଂଗ୍ରେସ ବିଧାୟକ ଇରଫାନ୍ ଅନସାରୀ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଇରଫାନ୍ ନିଜ ନିର୍ବାଚନ ମଣ୍ଡଳୀ ଅର୍ଥାତ ଝାଡଖଣ୍ଡର ଜାମତାରାରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ କରିବେ ବୋଲି କହିଛନ୍ତି। ଏହି ରାସ୍ତା କଙ୍ଗନା ରାଣାୱତଙ୍କ ଗାଲ ଠାରୁ ଆହୁରି ଚିକ୍କଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଇରଫାନ୍ ଅନସାରୀଙ୍କ କହିଛନ୍ତି ଯେ, କଙ୍ଗନାଙ୍କ ଗାଲ ଭଳି ଚିକ୍କଣ ରାସ୍ତାର ବ୍ୟବହାର ଆଦିବାସୀ ସମ୍ପ୍ରଦାୟ ପିଲା, ବ୍ୟବସାୟୀ, ସାଧାରଣ ଲୋକ, ଯୁବଗୋଷ୍ଠୀ କରିବେ।

ସେ ଆହୁରି କହିଛନ୍ତି ଯେ ଖୁବ୍ ଶୀଘ୍ର ଏହିପରି 14 ଟି ବିଶ୍ବସ୍ତରୀୟ ରାସ୍ତା ନିର୍ମାଣ ଆରମ୍ଭ ହେବ। ଏହାପୂର୍ବରୁ ଇରଫାନ ଅନସାରୀ ଲୋକଙ୍କୁ ଅଧିକ ସମୟ ମାସ୍କ ନ ପିନ୍ଧିବାକୁ କହି ବିବାଦରେ ଫସିଥିଲେ। ଅଧିକ ସମୟ ମାସ୍କ ପିନ୍ଧିଲେ ଅଙ୍ଗାରକାମ୍ଳ ଶରୀର ମଧ୍ୟକୁ ଯାଇଥାଏ । କେବଳ ସେତିକି ନୁହେଁ ଅଧିକ ସମୟ ମାସ୍କ ପିନ୍ଧିଲେ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ୨୦୦୫ରେ ଲାଲୁ ପ୍ରସାଦ ଯାଦବ ବିହାରର ରାସ୍ତା ଅଭିନେତ୍ରୀ ହେମା ମାଳିନୀଙ୍କ ଗାଲ ଭଳି ଚିକ୍କଣ ହେବ ବୋଲି କହିଥିଲେ। ସେହିପରି ୨୦୨୧ ରେ ରାଜସ୍ଥାନର ଜଣେ ମନ୍ତ୍ରୀ କ୍ୟାଟ୍ରିନା କୈଫଙ୍କ ଗାଲ ଭଳି ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତା ନିର୍ମାଣ କରିବେ କହିଥିଲେ।

Related Posts